Home ଜିଲ୍ଲା ପରିକ୍ରମା କୁରିକଣାରେ ଅଗ୍ନିକାଣ୍ଡ; ଜଳିଗଲା ୧୦ ବଖରାଘର; ୩ ପରିବାର ସର୍ବସ୍ୱାନ୍ତ

କୁରିକଣାରେ ଅଗ୍ନିକାଣ୍ଡ; ଜଳିଗଲା ୧୦ ବଖରାଘର; ୩ ପରିବାର ସର୍ବସ୍ୱାନ୍ତ

23

ଭଦ୍ରକ, ୬ା୩ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ସରସଦା ପଞ୍ଚାୟତ କୁରିକଣା ଗ୍ରାମରେ ଆଜି ସନ୍ଧ୍ୟା ପ୍ରାୟ ୬.୩୦ମି. ସମୟରେ ଅଗ୍ନିକାଣ୍ଡ ଘଟି ୩ ପରିବାରର ଦଶ ବଖରା ଘର ଜଳିଯାଇଛି । ଗ୍ରାମର ସୁବାସ ଚନ୍ଦ୍ର ସେନାପତିଙ୍କର ତିନି ବଖରା, ସୁରେଶ ଚନ୍ଦ୍ର ସେନାପତିଙ୍କର ଚାରି ବଖରା ଓ ଶୁଭ୍ରରଞ୍ଜନ ସେନାପତିଙ୍କର ଚାରି ବଖରା ଘର ଜଳିଯାଇଛି । ବିଦ୍ୟୁତ ସର୍ଟ ସର୍କିଟ ଅଗ୍ନିକାଣ୍ଡର କାରଣ ବୋଲି ଜଣାଯାଇଛି । ଏହି ଅଗ୍ନିକାଣ୍ଡରେ ଧାନଚାଉଳ, ଆସବାପତ୍ର ଆଦି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ଭଣ୍ଡାରିପୋଖରୀରୁ ଦମକଳ ଘଟଣାସ୍ଥଳକୁ ଯାଇ ଅଗ୍ନିକୁ ଆୟତ୍ତ କରିଥିଲା । ତହସିଲ ପକ୍ଷରୁ ବିପନ୍ନଙ୍କୁ ସହାୟତା ଯୋଗାଇବାକୁ ଦାବି କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.