Home ଜିଲ୍ଲା ପରିକ୍ରମା ଆନ୍ତଃଜିଲ୍ଲା କ୍ଲବ କ୍ରିକେଟ ଲିଗ୍ ଟୁର୍ଣ୍ଣାମେଣ୍ଟ, ବିଜୟଭାନୁ ମେମୋରିଆଲ କ୍ରିକେଟ ଏକାଡେମୀ ୯ ଉଇକେଟରେ ବିଜୟୀ

ଆନ୍ତଃଜିଲ୍ଲା କ୍ଲବ କ୍ରିକେଟ ଲିଗ୍ ଟୁର୍ଣ୍ଣାମେଣ୍ଟ, ବିଜୟଭାନୁ ମେମୋରିଆଲ କ୍ରିକେଟ ଏକାଡେମୀ ୯ ଉଇକେଟରେ ବିଜୟୀ

21

ଭଦ୍ରକ, ୬ା୩ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ଭଦ୍ରକ ଚରମ୍ପା ସ୍ଥିତ ଇଷ୍ଟକୋଷ୍ଟ ରେଲୱେ ପଡ଼ିଆରେ ଓଡ଼ିଶା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ‘ଭିଜନ – ୨୦୨୪’କୁ ନେଇ ଚାଲିଥିବା ଆନ୍ତଃ ଜିଲ୍ଳା କ୍ଲବ କ୍ରିକେଟର ଆଜି ପଞ୍ଚମ ମ୍ୟାଚ ବିଜୟଭାନୁ ମେମୋରିଆଲ କ୍ରିକେଟ ଏକାଡେମୀ ଓ ଚାନ୍ଦବାଲି ସ୍ପୋର୍ଟସ୍ ଏକାଡେମୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜୟଭାନୁ ଦଳ ୯ ଉଇକେଟରେ ବିଜୟୀ ହୋଇଛି । ଚାନ୍ଦବାଲି ସ୍ପୋର୍ଟ୍‌ସ ଏକାଡେମୀ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୩୭.୩ ଓଭରରେ ୧୦୦ ରନ କରି ସମସ୍ତ ଖେଳାଳୀ ଆଉଟ ହୋଇଯାଇଥିଲେ । ଦଳର ଅଜିତ ମହାରଣା ୨୮ ଓ ସୌମ୍ୟ ରଂଜନ ପାଢୀ ୧୦ ରନ କରିଥିବା ବେଳେ ବିଜୟଭାନୁ ପକ୍ଷରୁ ଚିରଞ୍ଜିବୀ ବେହେରା ୨ଟି ଓ ଦୀପକ ନାୟକ ୨ଟି ଉଇକେଟ ନେଇଥିଲେ । ଦ୍ୱିତୀୟାର୍ଦ୍ଧ ବ୍ୟାଟିଂରେ ବିଜୟଭାନୁ ଦଳ ନିର୍ଦ୍ଧାରିତ ୧୩.୧ ଓଭରରେ ମାତ୍ର ଗୋଟିଏ ଉଇକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ମ୍ୟାଚକୁ ୯ ଉଇକେଟରେ ଜିତିଥିଲା । ଦୀପକ ନାୟକ ଅପରାଜିତ ୬୦ ଓ ଶମ୍ଭୁ ପଲାଇ ଅପରାଜିତ୧୯ରନ କରି ଦଳକୁ ବିଜୟୀ କରାଇଥିଲେ । ଦୀପକ ନାୟକଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.