ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ଥାନା ଅର୍ନ୍ତଗତ ବନ୍ତ- ଆଗରପଡା ରାସ୍ତାରେ ଏକ ବଡ ଧରଣର ଚୋରି ଉଦ୍ୟମ ପଣ୍ଡା ହୋଇଛି । ବିଳମ୍ବିତ ରାତ୍ରରେ ଚୋରି କରିବାକୁ ଆସିଥିବା ୫ ଜଣ ଯୁବକଙ୍କୁ ସ୍ଥାନୀୟ ଗ୍ରାମବାସୀ ସାହସିକତାର ସହ କାବୁ କରି ପୋଲିସ ଜିମା ଜିମା ଦେଇଛନ୍ତି । ସୂଚନା ଅନୁଯାୟୀ ଧାମନଗର ଥାନା ଅଚଂଳର ସେକ୍ ଆଜାରୁଦ୍ଦିନ୍, ସେକ୍ ରମଜାନି, ସେକ୍ କଲାମ, ସେକ୍ ଓସିମ୍, ସେକ୍ ଆବିଦ ପାଚଂ ଜଣ ଯୁବକ ଏକ ଜାଇଲୋ କାରରେ ବନ୍ତ ଓ ଆଗରପଡା ଥାନା ଅଚଂଳକୁ ଚୋରି କରିବା ପାଇଁ ଆସିଥିଲେ । ତେବେ ଅଡାଳପଙ୍କ ଓ ବଧିଗଢିଆ ନିକଟରେ ହଠାତ୍ ସେମାନଙ୍କ ଗାଡିଟି ଖରାପ ହୋଇଯାଇଥିଲା । ରାତିରେ ଗାଡି ଅଟକି ରହିଥିବାରୁ ଏବଂ ଯୁବକ ମାନଙ୍କ ଗତିବିଧି ସନ୍ଦେହଜନକ ଲାଗିବାରୁ ଗ୍ରାମବାସୀ ମାନେ ସେମାନଙ୍କୁ ପଚରାଉଚରା କରିଥିଲେ । ମାତ୍ର ସେମାନଙ୍କ କଥାରେ କୌଣସି ତାଳମେଳ ନରହିବାରୁ ଗ୍ରାମବାସୀଙ୍କ ସନ୍ଦେହ ଆହୁରି ବଢିଯାଇଥିଲା । ଏହାପରେ ଗ୍ରାମବାସୀ ମାନେ ତୁରନ୍ତ ବନ୍ତ ପୋଲିସକୁ ଖବର ଦେଇଥିଲେ । ଖବରପାଇ ବନ୍ତ ଥାନା ଅଧିକାରୀ ସୁପ୍ରକାଶ ମହାନ୍ତିଙ୍କ ସମେତ ପୋଲିସ୍ ଟିମ୍ ଘଟଣାସ୍ଥଳରେ ପହଚିଂ ସମସ୍ତଙ୍କୁ ଥାନାକୁ ଆଣିଥିଲେ । ପୋଲିସ ସେମାନଙ୍କ ଠାରୁ ତାର , କଟର ଏବଂ ଚୋରିରେ ବ୍ୟବହୃତ ଅନ୍ୟ ସାମଗ୍ରୀ ଜବଦ କରିଛି । ଏମାନେ ଅଚଂଳରେ ତାର ଓ ଅନ୍ୟାନ୍ୟ ଜିନିଷ ଚୋରି କରିବାକୁ ଆସିଥିବା ସ୍ୱୀକାର କରିଥିବା ଜଣା ପଡିଛି ।








