Home କେନ୍ଦୁଝର ବୈତରଣୀ ସେତୁ ମରାମତି ପାଇଁ ଯାତାୟତ ବନ୍ଦ, ଯାତ୍ରୀ ହିନସ୍ଥା

ବୈତରଣୀ ସେତୁ ମରାମତି ପାଇଁ ଯାତାୟତ ବନ୍ଦ, ଯାତ୍ରୀ ହିନସ୍ଥା

35

ହାଟଡ଼ିହି, ୪ । ୪ : (ଓଡିଆପୁଅ / ବିକାଶ ବିଶ୍ୱାଳ)ଜମ୍ଭରା ମଥୁରାପୁର ପୋଲ ମରାମତି କାର୍ଯ୍ୟ ଆରମ୍ଭ ହେବାପରେ ଆଜି ସକାଳ ୮ଟାଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଉଭୟ ପଟରୁ ରାସ୍ତାକୁ ସିଲ କରାଯାଇ ସେତୁଉପରେ ଯାତାୟତକୁ ବନ୍ଦ କରାଯାଇଛି । ପୁଲିସ ଉପସ୍ଥିତିରେ ରାସ୍ତାକୁ ବନ୍ଦ କରାଯାଇ ଯାତାୟତ ପାଇଁ ସମ୍ପୁର୍ଣ୍ଣ ବାରଣ କରାଯାଇଛି । ଏହି ସେତୁ ଉପରେ ଭଦ୍ରକ, ଯାଜପୁର ଓ କେନ୍ଦୁଝର ଜିଲ୍ଲାର ଲୋକଙ୍କ ଯାତାୟତରେ ନାନା ଅସୁବିଧା ସୃଷ୍ଟି ହେଉଛି । ଠିକା ସଂସ୍ଥା ପୁର୍ବରୁ କୌଣସି ନୋଟିସ ନଲଗାଇ ତତ୍କାଳ ପୁଲିସ ପ୍ରଶାସନର ସହାୟତା ନେଇ ରାସ୍ତା ବନ୍ଦ କରିଦେଥିବାରୁ ହଜାର ହଜାର ଲୋକ ନାନା ଅସୁବିଧାର ସମ୍ମୁଖିନ ହୋଇଛନ୍ତି । କିଛି ଲୋକ ଦୁର ଦୁରାନ୍ତରୁ ଆସି ଫେରିବା ସମ୍ଭବ ନହେବାରୁ ନଦୀ ଭିତର ଦେଇ ଦୁଇଚକିଆ ଯାନକୁ ଠେଲି ଠେଲି ଯାଉଥିବାର ଦେଖିବାକୁ ମିଳିଥିଲା । ତିନିଗୋଟି ବସ ସାବିତ୍ରୀ, ସାଳନ୍ଦୀ, ଚକାଡୋଳା ଓ ଯାଜପୁରରୁ କେନ୍ଦୁଝର ଯାଉଥିବା ମେଘମାଳା ବସ ଗମନା ଗମନରେ ମଦ୍ୟ ବାଧାପ୍ରାପ୍ତ ହୋଇଛି । ଏହାକୁନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏପରିକି କେତେଦିନ ପର୍ଯ୍ୟନ୍ତ ଏହି ମରାମତି କାର୍ଯ୍ୟ ଚାଲିବ ଓ ପୋଲ ଉପରେ ଯାତାୟତ ବନ୍ଦ ହେବ ସେନେଇ ମଧ୍ୟ କୌଣସି ସୁଚନା ଦିଆଯାଉ ନଥିବାରୁ ଲୋକମାନେ ନାନା ଆଶଙ୍କାରେ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.