Home କେନ୍ଦୁଝର ବୈତରଣୀ ନଦୀରେ ପ୍ରଥମ ବନ୍ୟା, ୨୦ରୁ ଉର୍ଦ୍ଧ ଗ୍ରାମ ଜଳମଗ,

ବୈତରଣୀ ନଦୀରେ ପ୍ରଥମ ବନ୍ୟା, ୨୦ରୁ ଉର୍ଦ୍ଧ ଗ୍ରାମ ଜଳମଗ,

169

ହାଟଡିହି-୨୬/୮ (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ଆଜି ପ୍ରଥମ ବନ୍ୟାଜଳ ପ୍ରବେଶ କରିଛି । ଉପର ମୁଣ୍ଡରେ ଲଗାତର ବର୍ଷା ଲାଗି ରହିବା ଦ୍ୱାରା ବୈତରଣୀରେ ବନ୍ୟା ଆସି ହାଟଡିହି ବ୍ଲକର ପଞ୍ଚୁଗୋଛିଆ, ଆଇତିପୁର, ହାବଳେଶ୍ୱର, ଗେଡମା, ସମଣା, ଆମ୍ବୋ, ସୁଲଣ ଆଦି ୭ଗୋଟି ପଞ୍ଚାୟତର ୨୦ରୁ ଉର୍ଦ୍ଧ ଗାଁରେ ବନ୍ୟାଜଳ ପ୍ରବେଶ କରିଛି । ଶହଶହ ଏକର ଚାଷଜମି ବୁଡି ରହିବା ସହିତ ଟୁକୁଣା-ଆମ୍ବୋ ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ କରଗୋଳା, ଅଣତିରା, ଲଇଛଣପୁର, ତେଲସିଙ୍ଗା ଆଦି ଗ୍ରାମ ଗୁଡିକ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି । କରଗୋଳା ଗ୍ରାମର ଗାଁ ଭିତରକୁ ବନ୍ୟାଜଳ ପ୍ରବେଶ କରିଥିବାବେଳେ ଗାଁ ଲୋକେ ବାହାରକୁ ବାହାରି ପାରୁ ନାହାନ୍ତି । ବାହାରିପୁର- ତେଲସିଙ୍ଗା ରାସ୍ତା ବିଭିନ୍ନ ସ୍ଥାନରେ ବୁଡି ଯାଇଛି । ସେହିପରି ଆଇତିପୁର ପଞ୍ଚାୟତର ରାଘବପୁର ଗ୍ରାମ ନିକଟରେ ରାସ୍ତା ଉପରେ ତିନିଫୁଟ ପାଣି ଚାଲୁଥିବାରୁ ରାଘବପୁର ଗ୍ରାମକୁ ଯାତାୟତ ବନ୍ଦ ହୋଇଯାଇଛି । ସମଣା ପଞ୍ଚାୟତର ଚାପୁଣ୍ଡିଆ ନିକଟରେ ରାସ୍ତା ଉପରେ ତିନିଫୁଟ ଉଚ୍ଚର ପାଣି ଚାଲୁଥିବାରୁ ଗୋବିନ୍ଦପୁର, ସମଣା, ଆଗିରିଆ ଆଦି ଗ୍ରାମକୁ ଗମନାଗମନ ବିଛିନ୍ନ ହୋଇଯାଇଛି । ସେହିପରି ହାବଳେଶ୍ୱର ପଞ୍ଚାୟତର ବାଲିପଦା ଗାଁଟି ପାଣି ଘେରରେ ରହିଯାଇଛି । ଗ୍ରାମର ୨୦ରୁ ଉର୍ଦ୍ଧ ପରିବାରଙ୍କୁ ସ୍ଥାନାନ୍ତର କରିବା ପାଇଁ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସଜାଗ କରାଯାଇଛି । ସେହିପରି ସୁଲଣ ପଞ୍ଚାୟତର ବିରିଡି, ଆବୁଲୁପୁରା, ଜଳସରପୁର ଗ୍ରାମ ପାଣିଘେରରେ ଥିବାବେଳେ ହାଟଡିହି ତହସିଲଦାର, ବିଡିଓ ବିଭିନ୍ନ ଅଞ୍ଚଳକୁ ଗ୍ରସ୍ଥକରି ସ୍ଥିତି ଆକଳନ କରିବା ସହିତ ଯଦି ବନ୍ୟାଜଳ ବୃଦ୍ଧିପାଏ ତେବେ ଆବଶ୍ୟକ ପଦକ୍ଷେପ ନେବାକୁ ପଞ୍ଚାୟତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତି ପଞ୍ଚାୟତର ସରପଞ୍ଚ, ପିଇଓ ମାନଙ୍କୁ ସଜାଗ ରହିବାକୁ କୁହାଯାଇଛି । ପ୍ରତି ପଞ୍ଚାୟତରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଗଚ୍ଛିତ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଆଜି ହାଟଡିହି ବ୍ଲକରେ ୬୭.୯ମିଲିମିଟର ବର୍ଷା ହୋଇଥିବାବେଳେ ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ନଦୀ ଦ୍ରୁତଗତିରେ ବୃଦ୍ଧି ପଇବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.