Home କେନ୍ଦୁଝର ପରିବାରକୁ ସାମାଜିକ ବାସନ୍ଦ, ଅଭିଯୋଗ ଶୁଣୁନି ପୁଲିସ

ପରିବାରକୁ ସାମାଜିକ ବାସନ୍ଦ, ଅଭିଯୋଗ ଶୁଣୁନି ପୁଲିସ

113

ହାଟଡିହି -୨୬ । ୮ :(ଓଡିଆପୁଅ / ବିକାଶ ବିଶ୍ୱାଳ) ନନ୍ଦିପଦା ଥାନା ଶାଳବଣି ଗ୍ରାମରେ ଗୋଟିଏ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିବାବେଳେ ଏନେଇ ପରିବାର ଲୋକେ ବାରମ୍ବାର ଥାନାକୁ ଦୌଡୁଥିଲେବି ପୁଲିସ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । କୃପାସିନ୍ଧୁ ଜେନାଙ୍କ ଅଭିଯୋଗ ଅନୁଯାଇ ନସିରିପୁର ଗ୍ରାମର ଜଣେ ଯୁବତୀକୁ ତାଙ୍କ ଭାଇ କାହ୍ନୁ ଚରଣ ଭଲପାଉଥିବା ଅଭିଯୋଗ କରି ତାଙ୍କ ପରିବାର ଲୋକମାନେ କାହ୍ନୁଙ୍କ ଘରେ ଯୋର ଜବରଦସ୍ତ ଉକ୍ତ ଯୁବତୀକୁ ଛାଡି ଦେଇଥିଲେ । ସେହିଦିନ ଗ୍ରାମବାସୀମାନେ ବସି କାହ୍ନୁ ଉତ୍କ ଝିଅକୁ ବିବାହ କରୁ ବୋଲି ନିଷ୍ପତି ନେଇଥିଲେ । କିନ୍ତୁ କାହ୍ନୁ ୧୬ମାସ ହେଲା ବାହାରେ ଥିବାରୁ ପରିବାର ଲୋକେ ଏହାକୁ ବିରୋଧ କରିବାରୁ ବିବାଦର ସୁତ୍ରପାତ ହୋଇଥିଲା । ଗତ କିଛିଦିନ ତଳେ କୃପାସିନ୍ଧୁ ଏ ନେଇ ନନ୍ଦିପଦା ଥାନାରେ ଗ୍ରାମର କିଛି ଭଦ୍ରଲୋକଙ୍କ ନାମରେ ଅଭିଯୋଗ କରିବାପରେ ଏହା ଉଗ୍ରରୁପ ଧାରଣ କରିଛି । ଗ୍ରାମବାସୀମାନେ ଏକଜୁଟ ହୋଇ ତାଙ୍କୁ ବହୁ ପରିମାଣର ଜୋରିମାନା କରିଥିବାବେଳେ ଜୋରିମାନା ନଦେଲୋ ପର‌୍ୟ୍ୟନ୍ତ ତାଙ୍କ ପରିବାରକୁ ନିଆଁ ପାଣି ବାସନ୍ଦ କରିବା ସହିତ, ରାସ୍ତାରେ କଣ୍ଟା ପକାଇ ବନ୍ଦ କରିଦେଇଛନ୍ତି ବୋଲି କଳ୍ପନା ଜେନା ଅଭିଯୋଗ କରିଛନ୍ତି । ତାଙ୍କ ଘରକୁ ବିଦ୍ୟୁତ ସଂଯୋଗ ବିଛିନ୍ନ କରାଯାଇଥିବାବେଳେ ଦୋକାନରୁ ସଉଦା ପତ୍ର ଆଣିବାକୁ ବାସନ୍ଦ କରିଛନ୍ତି ବୋଲି କୃପାସିନ୍ଧୁ କହିଛନ୍ତି । ଏନେଇ ପରିବାରର ଛୋଟ ଶିଶୁଙ୍କ ସମେତ ୯ଜଣ ସଦସ୍ୟ ଆଜି ନନ୍ଦିପଦା ଥାନାକୁ ଅଭିଯୋଗ କରିବାକୁ ଆସିଥିଲେ ମଧ୍ୟ ପୁଲିସ ଶୁଣୁ ନଥିବା ସେମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଥାନା ଅଧିକାରୀଙ୍କୁ ପଚାରିବାରେ ସେ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.