Home ଜିଲ୍ଲା ପରିକ୍ରମା ସମାଜସେବୀ ବିଭୁତି ସାହୁଙ୍କ ଦ୍ୱାରା କଣିହାଁ ବ୍ଲକର ଅସହାୟ ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ଜରିପାଲ...

ସମାଜସେବୀ ବିଭୁତି ସାହୁଙ୍କ ଦ୍ୱାରା କଣିହାଁ ବ୍ଲକର ଅସହାୟ ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ଜରିପାଲ ପ୍ରଦାନ

79

ତାଳଚେର,୨୬/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଗରିବ,ଅସହାୟ ଅବସ୍ଥାରେ ତଥା ଦୟନୀୟ ଜୀବନ କାଟୁଥିବା ଲୋକମାନଙ୍କୁ ସହାୟତା ପ୍ରଦାନ କରିଛନ୍ତି ତାଳଚେରର ଯୁବ ସମାଜସେବୀ ବିଭୁତି ସାହୁ । ତାଳଚେର ଉପଖଣ୍ଡ ଅନ୍ତର୍ଗତ କଣିହାଁ ବ୍ଲକ ଟାକୁଆ ଗ୍ରାମର ଜଣେ ଗରିବ ମହିଳା ହେଉଛନ୍ତି ମାଣିକ ନାଏକ । ତାଙ୍କ ପରିବାର କହିଲେ ଏକ ମାତ୍ର ଦୃଷ୍ଟିହୀନ ପୁଅ ଲଳିତ ନାଏକ । ଚଳିତ ଲଘୁଚାପ ଜନିତ ବର୍ଷାରେ ଲଳିତଙ୍କ ଘରଦ୍ୱାର ଭାଙ୍ଗିରୁଜି ଯାଇଛି । କାମଧନ୍ଦା ବନ୍ଦ ଥିବାରୁ ଖାଦ୍ୟାଭାବ ଚିନ୍ତା ମଧ୍ୟ ଘାରିଛି । ଏହି ଖବର ପାଇ ସମାଜସେବୀ ବିଭୁତି ସାହୁ ତୁରନ୍ତ ସହଯୋଗର ହାତ ବଢ଼ାଇବା ସହ ଅସହାୟ ପରିବାରକୁ ଜରିପାଲ ଓ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ । ସେହିପରି କଣିହାଁ ବ୍ଲକର ଜମୁନାଳୀ ଗ୍ରାମର ଅସହାୟ ମହିଳା ସୁକାନ୍ତି ପେଣ୍ଠେଇ ବିଭିନ୍ନ ସରକାରୀ ଯୋଜନାରୁ ବଂଚିତ ହୋଇ ଦୁଃଖ ଦୁର୍ଦ୍ଦଶାରେ କାଳ କାଟୁଛନ୍ତି । ଏ ବାବଦରେ ସୂଚନା ପାଇ ଶ୍ରୀ ସାହୁ ସୁକାନ୍ତିଙ୍କ ଅସଜଡ଼ା ଘର ଉପରେ ଜରିପାଲ ବିଛାଇବା ସହ ତାଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିଲେ । ଏତଦ୍ ବ୍ୟତୀତ କଣିହାଁ ବ୍ଲକ ବଡ଼ ତ୍ରିବିଡ଼ା ପଂଚାୟତ ଅନ୍ତର୍ଗତ ଅସହାୟ ମାନସିକ ରୋଗୀ ବେଡ଼ି ନାଏକ ଓ ତାଙ୍କ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ଝିଅ ଶାଶନୀ ନାଏକ । ଜଙ୍ଗଲ ମଧ୍ୟରେ ଗୋଟିଏ ଛିଣ୍ଡା ଜରିପାଲ ବିଛାଇ ମା ଓ ଝିଅ ବଡ଼ ଦୟନୀୟ ଅବସ୍ଥାରେ ପଡ଼ି ରହିଛନ୍ତି । ସାହି ପଡ଼ିଶା ଯାହା ଦୟାରେ ଦିଅନ୍ତି,ସେତିକିରେ ଖାଇ ଚଳନ୍ତି । ସରକାରୀ ଯୋଜନାରୁ ଅନେକ ଦୂରରେ ଏମାନେ ରହିଛନ୍ତି । ତେବେ ସେମାନଙ୍କର ଏଭଳି ଦୟନୀୟ ଅବସ୍ଥା ସମ୍ପର୍କରେ ଖବର ପାଇ ତୁରନ୍ତ ସହଯୋଗର ହାତ ବଢ଼ାଇବା ସହ ସହଯୋଗୀଙ୍କ ଦ୍ୱାରା ସେମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ ସମାଜସେବୀ ବିଭୁତି ସାହୁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.