Home ଜିଲ୍ଲା ପରିକ୍ରମା ବିଶ୍ୱ କଲ୍ୟାଣର ବାର୍ତ୍ତା ବାଣ୍ଟୁଥିବା ସାଇକେଲ ଯାତ୍ରୀଙ୍କୁ ସମ୍ବର୍ଦ୍ଧନା

ବିଶ୍ୱ କଲ୍ୟାଣର ବାର୍ତ୍ତା ବାଣ୍ଟୁଥିବା ସାଇକେଲ ଯାତ୍ରୀଙ୍କୁ ସମ୍ବର୍ଦ୍ଧନା

23

ବାଲେଶ୍ୱର, ୭ା୨(ଓଡ଼ିଆ ପୁଅ/ଅଭୟ ଦାସ): ବିଶ୍ୱ କଲ୍ୟାଣ ଓ ବସୁଧୈବ କୁଟୁମ୍ବକମ’ର ବାର୍ତ୍ତା ନେଇ ଭୁବନେଶ୍ୱରରୁ ସାଇକେଲ ଯାତ୍ରାରେ ବାହାରିଥିବା ଉଦୀୟମାନ ଯୁବକ ମାନବ ଭାଗରିଆଙ୍କୁ ବାଲେଶ୍ୱରରେ ରବିବାର ଦିନ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଗତ ୩ ତାରିଖରୁ ସାଇକେଲରେ ଭୁବନେଶ୍ୱରରୁ ଯାତ୍ରା ଆରମ୍ଭ କରିଥିବା ଶ୍ରୀ ଭାଗରିଆ କୋଲକାତା ଯିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ଯାତ୍ରାରେ ଏକାଧିକ ସହରର ଲୋକଙ୍କ ମଧ୍ୟରେ ଆଧ୍ୟାତ୍ମିକ ସଚେତନା ସୃଷ୍ଟି ଦିଗରେ ସେ ଗୁରୁତ୍ୱ ଦେଇ ଚାଲିଛନ୍ତି ବୋଲି ପ୍ରକାଶ କରିଛନ୍ତି। ବିଶେଷ କରି ବିକାଶଶୀଳ ଭାରତରେ ଯୁବ ଶକ୍ତିର ଉତ୍ତମ ନିୟୋଜନ ଉପରେ ସେ ଫୋକସ କରିଛନ୍ତି। ସମଗ୍ର ବିଶ୍ୱକୁ ଗୋଟିଏ ପରିବାର ଭାବେ ଦୃଷ୍ଟିରେ ରଖି କାର୍ଯ୍ୟ କରିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇ ଚାଲିଛନ୍ତି। ଆସନ୍ତା ୧୪ ତାରିଖରେ ସେ କୋଲକାତାରେ ପହଞ୍ôଚବାର ଲକ୍ଷ୍ୟ ରଖିଛନ୍ତି। ତାଙ୍କର ଏହି ଯାତ୍ରା ସଫଳତା ପରେ ସେ ଦେଶର ଅନ୍ୟାନ୍ୟ ସହରକୁ ମଧ୍ୟ ସାଇକେଲରେ ଯିବା ପାଇଁ ମନସ୍ଥ କରିଥିବା ଶ୍ରୀ ଭଗରିଆ ସୂଚନା ଦେଇଛନ୍ତି। ଏହି ଅବସରରେ ବାଲେଶ୍ୱରର ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ସହ ତାଙ୍କର ସଫଳ ଯାତ୍ରା କାମନା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.