Home ଜିଲ୍ଲା ପରିକ୍ରମା ଅଲିସା ଡାଇଗ୍ନୋଷ୍ଟିକ୍ସ ସେଣ୍ଟରରେ ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା

ଅଲିସା ଡାଇଗ୍ନୋଷ୍ଟିକ୍ସ ସେଣ୍ଟରରେ ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା

26

ବାଲେଶ୍ୱର, ୭ା୨(ଓଡ଼ିଆ ପୁଅ/ଅଭୟ ଦାସ): ଦେଶର ଅଗ୍ରଣୀ ଔଷଧ ନିର୍ମାତା ‘ମ୍ୟାନକାଇଣ୍ଡ ଫାର୍ମା’ର ଅନ୍ୟତମ ଶାଖା ‘ପାଥୋ କାଇଣ୍ଡ’ ପକ୍ଷରୁ ବାଲେଶ୍ୱର ସହରର ଆଲିସା ଡାଇଗ୍ନୋଷ୍ଟିକ୍ସ ସେଣ୍ଟରରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ସାଧନା ମେଡିକାଲ ଷ୍ଟୋର ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ଡାକ୍ତର ଦୀପକ ରଂଜନ ପାଲ, ଡାକ୍ତର ଆର କେ ଗୋଏଙ୍କା, ଡାକ୍ତର ବିବେକାନନ୍ଦ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ରୋଗର ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଡାଇଗ୍ନୋଷ୍ଟିକ୍ସ ସେଣ୍ଟର ପକ୍ଷରୁ ବ୍ଲଡ ସୁଗାର, କୋଲେଷ୍ଟ୍ରୋଲ, ଟିଏସଏଚ ପ୍ରଭୃତି ନିଃଶୁଳ୍କ ପରୀକ୍ଷା କରାଯାଇଥିଲା। ଆଲିସା ଡାଇଗ୍ନୋଷ୍ଟିକ୍ସର ମୁଖ୍ୟ ସନ୍ଦୀପ ସାହୁ ଏଥିରେ ଉପସ୍ଥିତ ରହି ଶିବିର ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଆୟସକାନ୍ତି ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଆୟୋଜିତ ଶିବିରକୁ ନାରାୟଣ ସାହୁ, ମଳୟ ପାଢ଼ୀ, ଦେବାଷିଷ ବେହେରା, ସସ୍ମିତା ନାୟକ ପ୍ରମୁଖ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.