Home ଜିଲ୍ଲା ପରିକ୍ରମା ବିଶିଷ୍ଟ ଆଇନଜୀବୀଙ୍କ ପଦ୍ମଚରଣ ଧଳଙ୍କ ପରଲୋକରେ ଶୋକସଭା

ବିଶିଷ୍ଟ ଆଇନଜୀବୀଙ୍କ ପଦ୍ମଚରଣ ଧଳଙ୍କ ପରଲୋକରେ ଶୋକସଭା

45

ଢେଙ୍କାନାଳ ୨୧-୧ (ଓଡ଼ିଆ ପୁଅ/ଉଦୟଭାନୁ ସାହୁ) : ଢେଙ୍କାନାଳ ଜିଲ୍ଲା କମ୍ୟୁନିଷ୍ଟ ପାର୍ଟି ତରଫରୁ ବିିଶିଷ୍ଟ ଆଇନଜୀବୀ ପଦ୍ମଚରଣ ଧଳଙ୍କ ବିୟୋଗରେ ଏକ ଶୋକସଭା ଶ୍ରୀ ଯମେଶ୍ୱର ପୃଷ୍ଟିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସେ ଜଣେ ସିପିଆଇର ରାଜନୈତିକ ଦଳ ସହିତ ସମ୍ପୃକ୍ତ ଥାଇ ଆଜୀବନ କମ୍ୟୁନିଷ୍ଟ ଭାବରେ ଆଦର୍ଶରୁ କେବେ ବିଚ୍ୟୁତ ହୋଇ ନାହାଁନ୍ତି। ନନ୍ଦିନୀ ଶତପଥୀଙ୍କ ମୁଖ୍ୟମନ୍ତ୍ରୀ ସମୟରେ ଭୂମୀହୀନ ଚାଷୀମାନଙ୍କୁ ଚାଷଜମି ଯୋଗାଇ ଥିଲେ। ସେ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା ସଂପାଦକ ଭାବରେ ୯ ବର୍ଷ କାର୍ଯ୍ୟ କରିଥିଲେ। ଜିଲ୍ଲାରେ କମ୍ୟୁନିଷ୍ଟ ପାର୍ଟିର ପ୍ରସାର କରିଥିଲେ।

ସେ ଏକାଧାରାରେ ଜଣେ ସ୍ପଷ୍ଟବାଦୀ, ନିର୍ଭିକ ଆଇନଜୀବୀ ଥିବା ସହିତ ଢେଙ୍କାନାଳ ଆଇନ୍ କଲେଜରେ ସଭାପତି ତଥା ଅଧ୍ୟାପକ ସହିତ ଅକ୍ଷମ କଲ୍ୟାଣ ସମିତିର ସଭାପତି ମଧ୍ୟ ଥିଲେ। ତାଙ୍କ ବିୟୋଗରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଥିଲେ।

ଏହି ସଭାରେ ଶ୍ରୀ ପୁରୋଷୋତମ ନାୟକ, ଅଦୈତ ରାଉତ, ପ୍ରଫୁଲ ନାଏକ, ଶିବରାମ ସାହୁ, ଧୃବଚରଣ ବିଶ୍ୱାଳ, କାମିନୀ ନାଏକ, ପଙ୍କଜ ସାମଲ, ନରହରି ସ୍ୱାଇଁ, ପବିତ୍ର ଘଡେଇ, ରବି ରଥ ପ୍ରମୁଖ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.