Home ଜିଲ୍ଲା ପରିକ୍ରମା ମୁଖ୍ୟମନ୍ତ୍ରୀଙ୍କ ସମ୍ମାନାର୍ଥେ ନୟାଗଡ଼ରେ ବିଜେଡିର ସମ୍ବର୍ଦ୍ଧନା ସଭା

ମୁଖ୍ୟମନ୍ତ୍ରୀଙ୍କ ସମ୍ମାନାର୍ଥେ ନୟାଗଡ଼ରେ ବିଜେଡିର ସମ୍ବର୍ଦ୍ଧନା ସଭା

53

ନୟାଗଡ଼, ୨୦ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ସାରା ଦେଶରେ ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନମ୍ବର ସ୍ଥାନରେ ବିବେଚିତ ହୋଇଥିବାରୁ ତାଙ୍କର ସମ୍ମାନାର୍ଥେ ନୟାଗଡ଼ ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଏନଏସିର ପୂର୍ବତନ ନଗରପାଳ ଗୁରୁ ପ୍ରସାଦ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥିଭାବେ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ ମଲ୍ଲିକ, ସମ୍ମାନୀତ ଅତିଥିଭାବେ କୃଷିମନ୍ତ୍ରୀ ଡ.ଅରୁଣ କୁମାର ସାହୁ, ଦଶପଲ୍ଳା ବିଧାୟକ ତଥା ନୟାଗଡ଼ ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା, ରଣପୁର ବିଧାୟକ ତଥା ଜିଲା ଯୋଜନାବୋର୍ଡ଼ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ ପ୍ରମୁଖ ଯୋଗଦେଇ ଓଡ଼ିିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଙ୍ଗୀକାରବଦ୍ଧତା ଓ ସାରା ଭାରତବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଅନୁପ୍ରାଣିତ ହେବା ସହ ସେ ଏକ ନମ୍ବରରେ ସର୍ବଜନ ପ୍ରଶଂସାର ପାତ୍ର ହୋଇଥିବା କହିଛନ୍ତି। ବିଜୁ ଯୁବ ଜନତା ଓ ଛାତ୍ର ବିଜେଡିର ନେତୃବୃନ୍ଦ ନିଜ ନେତା ତଥା ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ସମ୍ବର୍ଦ୍ଧନା ସଭାର ଆୟୋଜନ କରିଥିବାବେଳେ ମୁଖ୍‌୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନ, ଲୋକାଭିମୁଖୀ କାର୍ଯ୍ୟକ୍ରମ ତାଙ୍କୁ ଦେଶବ୍ୟାପୀ ବିକାଶ ପୁରୁଷର ପରିଚୟ ଦେଇଛି ବୋଲି ନେତୃତ୍ୱମାନେ କହିଥିଲେ। ଦେଶର ଅଗ୍ରଣୀ ଗଣମାଧ୍ୟମ ସଂସ୍ଥା ଏବିପି-ସି ଭୋଟର ପକ୍ଷରୁ ହୋଇଥିବା ଏକ ସର୍ଭେରେ ସମଗ୍ର ଦେଶରେ ନବୀନ ପଟ୍ଟନାୟକଙ୍କୁ ଏକ ନମ୍ବର ମୁଖ୍ୟମନ୍ତ୍ରୀର ମାନ୍ୟତା ମିଳିଛି। ମୁଖ୍ୟମନ୍ତ୍ରୀଙ୍କୁ ଏପରି ସମ୍ମାନ ଓ ସ୍ୱୀକୃତି ମିଳିବା ପରେ ସାରା ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ମିଳୁଥିବାବେଳେ ନୟାଗଡ଼ ଜିଲାରେ ମଧ୍ୟ ତାଙ୍କ ଉଦ୍ଦେଶ୍ୟରେ ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ସମ୍ବର୍ଦ୍ଧନା ସଭାରେ ବରିଷ୍ଠ ବିଜେଡି ନେତା ଗଙ୍ଗାଧର ପଣ୍ଡା, ଜିଲା ଛାତ୍ର ବିଜେଡି ସଭାପତି ଅର୍ଜୁନ ପଣ୍ଡା, ଜିଲା ଯୁବ ବିଜେଡି ସଭାପତି ରମେଶ ଚନ୍ଦ୍ର ସାହୁଙ୍କ ସମେତ ବହୁ ସଂଖ୍ୟାରେ ଛାତ୍ର ଓ ଯୁବ ବିଜେଡିର କର୍ମୀମାନେ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.