Home ଜିଲ୍ଲା ପରିକ୍ରମା ପରେଡରେ ସାମିଲ ହେବେନି ଢେଙ୍କାନାଳ ଜିଲ୍ଲାର ସମସ୍ତ ଛାତ୍ରୀଛାତ୍ର

ପରେଡରେ ସାମିଲ ହେବେନି ଢେଙ୍କାନାଳ ଜିଲ୍ଲାର ସମସ୍ତ ଛାତ୍ରୀଛାତ୍ର

24

ଢେଙ୍କାନାଳ ୨୧-୧ (ଓଡ଼ିଆ ପୁଅ/ଉଦୟଭାନୁ ସାହୁ) : ଢେଙ୍କାନାଳ ଜିଲ୍ଲା ସଦର ମହକୁମାରେ ୭୨ତମ ସାଧାରଣତନ୍ତ୍ର ଦିବସ ନିମନ୍ତେ ପ୍ରସ୍ତୁତି ବୈଠକ ଜିଲ୍ଲା ସଦଭାବନା ଗୃହରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଭୁମେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।

କୋରନା ପରିସ୍ଥିତିକୁ ଆଖି ଆଗରେ ରଖି ସରକାରଙ୍କ ଦ୍ୱାରା ଲାଗୁକରାଯାଇଥିବା କଟକଣା ଅନୁଯାୟୀ ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ ଢେଙ୍କାନାଳ ସଦର ମହକୁମାର ସମସ୍ତ ଛାତ୍ରଛାତ୍ରୀ ପରେଡ ତଥା ବିଭିନ୍ନ ପ୍ରତିଯୋଗିତା ତଥା ପ୍ରଭାତଫେରୀ ଓ ସାଂସ୍କୃତିକ କାର୍‌ଯ୍ୟକ୍ରମରେ ସାମିଲ ହେବେ ନାହିଁ।

ପ୍ରଥମେ କୋଭିଡ୍ ଟିକା ନେଇଥିବା ଜିଲ୍ଲାର ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବ। ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବ ପ୍ରତ୍ୟୁଷରୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ରାମଧୁନ ଗାନ କରାଯିବ। ସରକାରୀ, ବେସରକାରୀ କାର୍‌ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଶିଳ୍ପାନୁଷ୍ଠାନରେ ସକାଳ ସାଢେ ୭ଟାରେ ପତାକା ଉତୋଳନ କରାଯିବ। ସକାଳ ୮ଟାରେ ବରପୁତ୍ରମାନଙ୍କ ପ୍ରତିମୁର୍ତିରେ ମାଲାର୍ପଣ ଓ ସାଢେ ୮ଟାରେ ସମ୍ମିଳିତ ପତାକା ମୁଖ୍ୟ ଷ୍ଟାଡିୟମରେ ଉତୋଳନ ହେବ। କେବଳ ପୋଲିସ ବାହିନୀ ଓ ଓଏସଏପି ପ୍ରଥମ ବାଟାଲିୟନ ପୋଲିସ ବ୍ୟାଣ୍ଡ୍ ଦଳ ପରେଡରେ ଅଂଶଗ୍ରହଣ କରିବେ। ବିଭିନ୍ନ ବିଭାଗ ପକ୍ଷରୁ ପ୍ରଂଗ୍ୟାପନ ମେଢ ପ୍ରଦର୍ଶିତ ହେବବୋଲି ବୈଠକରେ ନିଷ୍ପତି ହୋଇଥିଲା।

ଏହି ବୈଠକରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୁଶାନ୍ତ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାସ, ଜିଲ୍ଳା ବନଖଣ୍ଡ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗିନେନ, ପ୍ରକଳ୍ପ ନିର୍ଦ୍ଦେଶକ ନରୋତମ ବେହେରା, ଅତିରିକ୍ତ ଏସ୍‌ପି ବିନୟକୃଷ୍ଣ କାମିଲା, ଉପଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ସମେତ ବିଭିନ୍ନ ଅଧିକାରୀ ମାନେ ଯୋଗଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.