Home ଜିଲ୍ଲା ପରିକ୍ରମା ବିଭିନ୍ନ ଦାବିନେଇ ଆଦିବାସୀ ଏକତା ପରିଷଦ ମଚଂର ସୋଭାଯାତ୍ରା ।

ବିଭିନ୍ନ ଦାବିନେଇ ଆଦିବାସୀ ଏକତା ପରିଷଦ ମଚଂର ସୋଭାଯାତ୍ରା ।

35

ମାଲକାନଗିରି,୧୧ା୩ (ଓଡିଆ ପୁଅ ) ବିଭିନ୍ନ ଦାବିନେଇ ଜିଲ୍ଲାଆଦିବାସୀ ଏକତା ପରିଷଦ ମଚଂ ପକ୍ଷରୁ ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଏକ ବିରାଟ ସୋଭାଯାତ୍ରା ଅନୁଷ୍ଟିତ ହୋଇ ଯାଇଛି । ଜିଲ୍ଲାଆଦିବାସୀ ଏକତା ପରିଷଦ ମଚଂ ଘେନା ମୁଦୁଲି ଓ ଜିଲ୍ଲାଆଦିବାସୀ ମହାସଂଘର ସଭାପତି ଘନଶ୍ୟାମ ମାଡକାମିଙ୍କ ନେତୃତ୍ୱରେ ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ମାନେ ସ୍ଥାନୀୟ ବ୍ଲକ କଲୋନି ପଢିଆ ଠାରୁ ଏକ ସୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଁଚିଥିଲା । ଆଦିବୀସୀ ମାନଙ୍କ ଉପରେ ହେଉଥିବା ମିଥ୍ୟା ମକଦମା ବନ୍ଦ କରାଯାଉ,ଭୁମିହିନ ଲୋକଙ୍କୁ ଜମିପଟା ଦିଆ ଯାଉ, ଇଭିଏମ ମେସିନରେ ମତଦାନ ବନ୍ଦକରାଯାଇ ଆଗଭଲି ବ୍ୟାଲେଟବକ୍ସରେ ମତଦାନ ହେଉ ।କାଲିମେଳା ବ୍ଲକର ମୃତ ଚାଷୀ ନାମରେ ମିଥ୍ୟା କାଗଡ କରି ମଣ୍ଡିରେ ଧାନ ବିକ୍ରି ଘଟଣାକୁ ତଦନ୍ତ କରାଯାଉ । ଆଦିବାସୀ ଙ୍କ ଜମି ଅଣଆଦିବାସୀ ହଡପ ଘଟଣାକୁ ତଦନ୍ତ କରାଯାଉ । ଚାଷୀମାରଣ ନିତି କେନ୍ଦଜ୍ର ସରକାରଙ୍କ ଆଇନକୁ ରଦ୍ଧକରାଯାଉ ବୋଲି ଆଦିଦାବି ରଖି ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଠ୍ରପତିଙ୍କ ଉଦେଶ୍ୟରେ ପ୍ରଦାନ କରିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.