Home କୋରାପୁଟ ବିଜେପି ନେତାଙ୍କ ପରଲୋକ,ଅନ୍ତିମ ସଂସ୍କାର ବେଳେ ବିଜେପି ନେତା ଓ କର୍ମୀ ପୋଡିଲେ ଦଳୀୟ ପତାକା

ବିଜେପି ନେତାଙ୍କ ପରଲୋକ,ଅନ୍ତିମ ସଂସ୍କାର ବେଳେ ବିଜେପି ନେତା ଓ କର୍ମୀ ପୋଡିଲେ ଦଳୀୟ ପତାକା

61

କୋରାପୁଟ ୧୭-୦୫(ଓଡିଆ ପୁଅ /ରଂଜନ ଦାସ) ଭାରତୀୟ ଜନଜତା ପାର୍ଟି  ସେମିଲିଗୁଡା ବ୍ଲକର ପୂର୍ବତନ ମଣ୍ଡଳ ସଭାପତି  ତଥା ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପୂର୍ଣ ପୁଜାରୀ(ନାୟକ)ଙ୍କର ମୃତ୍ୟୁ ହୋଇଥିଲା ଓ ମୃତଦେହରେ ଅଗ୍ନି ସଂଯୋଗ କଲା ବେଳେ ବିଜେପି ଦଳୀୟ ପତାକା ପୋଡିଯିବା ଘଟଣାକୁ ଜିଲ୍ଲାର ବିଜେପି ନେତା ଓ କର୍ମିମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । କିଛିଦିନ ତଳେ ସେମିଲିଗୁଡା ବ୍ଲକ ଶୁଣ୍ଢିପୁଟ ଗ୍ରାମରେ ସ୍ୱର୍ଗର୍ତ ପୂଜାରୀଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ,ସାଧାରଣ ସମ୍ପାଦକ ଦେବେନ୍ଦ୍ର ମହାନ୍ତି,ଜିଲ୍ଲା ଉପ-ସଭାପତି ଜୟରାମ ଗରଡା,ଓବିସି ସଭାପତି ବିଜୟ ଏକୁଡୁ,ମଣ୍ଡଳ ସଭାପତି ବିଷିକେଶନ  ଖୀଲ,ଉପେନ୍ଦ୍ର ନାୟକ ପ୍ରମୁଖ ଶେଷ ଦର୍ଶନ କରି ଅମର ଆତ୍ମାର ସଦଗତି କାମନା କରିବା ସହ ଶେଷକୃତ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।  ତେବେ ଦଳୀୟ ନେତା ଓ କର୍ମୀ ଶବ ସତ୍କାର ସମୟରେ ଶ୍ରୀ ପୂଜାରୀଙ୍କ ମର ଶରୀରରେ ପୁଷ୍ପମାଲ୍ୟ ସହ ଦଳୀୟ ପତାକା ଘୋଡେଇ ଥିଲେ ହେଲେ  ମୃତଦେହରେ ଅଗ୍ନୀ ସଂଯୋଗ ପରେ ମଧ୍ୟ କେହି ଦଳୀୟ ପତାକା ବାହାର  ନ କରିବାରୁ  ପତାକା ପୋଡି ଯାଇଥିଲା  । ଘଟଣାକୁ ନେଇ କେତେକ ନେତା ଓ କର୍ମୀ ଅସନ୍ତୋଷ ପ୍ରକାଶ କରିଥିବାବେଳେ ଆଉ କେତେକ ନେତା ଘଟଣାକୁ ଅତି ହାଲୁକା ଭାବେ ନେଇ ଲଘୁ ମନ୍ତବ୍ୟ ଦେଇଥିଲେ । ପୂର୍ବତନ ସାଂସଦ ବିଜେପି ନେତା ଜୟରାମ ପାଙ୍ଗୀ ଶ୍ରୀ ପୂଜାରୀଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିବା ସହ ଏହା ଦଳ ନିମନ୍ତେ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି । କେତେକ କର୍ମୀ ଓ ନେତା ଅତି ଭାବ ବିହ୍ୱଳ ହୋଇ ମୃତଦେହରୁ ଦଳୀୟ ପତାକା କାଡିବାକୁ ଭୁଲି ଯାଇଥିଲେ ବୋଲି ଶ୍ରୀ ପାଙ୍ଗୀ  ପ୍ରତିକ୍ରିୟା ରଖିଥିଲେ ।ଅଗ୍ନି ସଂଯୋଗ ସମୟରେ ମୁଁ ଘଟଣାସ୍ଥଳରୁ ପଳେଇ ଆସିଥିଲି  ବୋଲି ଜିଲ୍ଲା ସାଧାରଣ ସଂପାଦକ ଦେବେନ୍ଦ୍ର ମହାନ୍ତି ପ୍ରକାଶ କରିବା ସହ ଦଳୀୟ ପତାକା ପୋଡିଯିବା ଘଟଣାକୁ ସେ ନିନ୍ଦା କରିଥିଲେ ।ସାମାଜିକ ଗଣମାଧ୍ୟମରେ ଏହା ଭାଇରାଲ ହେବା ପରେ ଜିଲ୍ଲାର ବରିଷ୍ଠ ନେତା ଓ କର୍ମୀ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରୀୟା ପ୍ରକାଶ କରିବା ସହ ରାଜ୍ୟ ନେତୃବର୍ଗଙ୍କୁ ଅବଗତ କରାଯାଇଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.