Home ଜିଲ୍ଲା ପରିକ୍ରମା ବିଜୁ ଜନତା ଦଳ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ବିଜୁ ଜନତା ଦଳ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

25

ଭଦ୍ରକ, ୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଯୋଗୁଁ ଆଜି ମହିଳାମାନେ ସ୍ୱାଭାଲମ୍ବି ହୋଇପାରିଛନ୍ତି । ଆଜିର ମହିଳା ଆତ୍ôମନିର୍ଭରଶୀଳ, ପ୍ରଗତିକାମୀ, ଉଦ୍ୟମୀ ଏବଂ ସଶକ୍ତ ହୋଇଛନ୍ତି । ମହିଳାଙ୍କ ସଂଖ୍ୟାଧିକ କାର୍ଯ୍ୟକ୍ରମ ଯୋଗୁଁ ସେମାନେ ସାମାଜିକ ଓ ଅର୍ଥନୈତିକ ସ୍ତରରେ ସଶକ୍ତ ହୋଇପାରିଛନ୍ତି । ଆଗାମୀ ଦିନରେ ମହିଳା ମାନଙ୍କ ଉନ୍ନତି ପାଇଁ ଆହୁରୀ ଅଧିକ ଯୋଜନା ପ୍ରଣୟନ କରିବାକୁ ସରକାର ଲକ୍ଷ ରଖିଛନ୍ତି । ମହିଳାମାନେ ପ୍ରଗତିଶୀଳ ହେଲେ ସମାଜ ଆଗକୁ ବଢିପାରିବ ବୋଲି ଆଜି ଧାମନଗର ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ ଯୋଗଦେଇ ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି । କରଦା ପଂଚାୟତ ଖିଲାଳେଶ୍ୱର ମନ୍ଦିର ପରିସରରେ ବିଜୁ ଜନତା ଦଳ ପକ୍ଷରୁ ଅନୁଷ୍ଠିତ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳା ସମାବେଶ ଦଳର ବ୍ଲକ ସଭାନେତ୍ରୀ ସୁରତି ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।

ଅତିଥିଭାବେ କଟସାହି ସରପଂଚ ଅଞ୍ଜନା ଲେଙ୍କା, କରଦା ସରପଂଚ ସୁପ୍ରଭା ଆଚାର୍ଯ୍ୟ, ଗଢିଆଳି ସରପଂଚ ସୁକାନ୍ତୀ ମିଶ୍ର, କଟସାହି ସମିତିସଭ୍ୟା ନମିତା ପଣ୍ଡା, ନାରୀନେତ୍ରୀ ତନୁଶ୍ରୀ ବେହୁରିଆ, ଲକ୍ଷ୍ମୀପ୍ରିୟା ବାରିକ, ଶଶୀରେଖା ନାୟକ, ସଞ୍ଜୁଲତା ମଲିକ, ସ୍ମୃତିରେଖା ପ୍ରଧାନ, ମୋନାଲିସା ତ୍ରିପାଠୀ, ପୁଜାରାଣୀ ମହାଳିକ, ନିବେଦିତା ଜେନା, ମମତା ଅଧିକାରୀ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ମହିଳା ମାନଙ୍କ ପାଇଁ ବିଭିନ୍ନ ଯୋଜନା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ରାଜେନ୍ଦ୍ର ଦାସ, ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ, ବିଜେଡି ଜିଲା ସଭାପତି ଜଗନ୍ନାଥ ସ୍ୱାଇଁ, ଜିଲା ଯୁବ ସଭାପତି ମୁକୁନ୍ଦଦେବ ସାମଲ, ବିବିସିସି ସଭାପତି ରଘୁନାଥ ଲେଙ୍କା, ବ୍ଲକ ସଭାପତି ଉମେଶ ମହାନ୍ତି, ଏନଏସି ସଭାପତି ସୁଶାନ୍ତ ରାଉତ, ବ୍ଲକ ଯୁବ ସଭାପତି ଭାରତ ଦଳାଇ, ସମିତିସଭ୍ୟ ପ୍ରଦୀପ କୁମାର ମଲ୍ଲିକ, ହରେକୃଷ୍ଣ ପାଢୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିନୋଦ ନାୟକ, ପୂର୍ବତନ ଜିଲା ପରିଷଦ ସଭ୍ୟ ଶରତ ଚନ୍ଦ୍ର ମହାନ୍ତି, ପୂର୍ବତନ ସମିତିସଭ୍ୟ ପ୍ରତାପ ସାମଲ, ବିଦ୍ୟାଧର ରାଉତ, ପୂର୍ବତନ ସରପଂଚ ଅତିଶରଂଜନ ନନ୍ଦ, ଜିଲା ସଂପାଦକ ସୁଶାନ୍ତ ପଣ୍ଡା ପ୍ରମୁଖ ଯୋଗଦେଇ ମିଶନ ଶକ୍ତି ମାଧ୍ୟମରେ ନାରୀଶକ୍ତି ଏବଂ ସଶକ୍ତିକରଣରେ ପ୍ରତିକ । ମିଶନଶକ୍ତିରେ ୮୦ ଲକ୍ଷ ମହିଳା ଆଜି ତୃଣମୂଳ ସ୍ତରରେ ପରିଦୃଶ୍ୟ ପରିବର୍ତନ ଆଣିବାରେ ସକ୍ଷମ ହୋଇ ପାରିଛନ୍ତି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଶେଷରେ ଯୁବନେତା ପ୍ରଶାନ୍ତ କୁମାର ବିଶ୍ୱାଳ ଧନ୍ୟବାଦ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.