Home ଜିଲ୍ଲା ପରିକ୍ରମା ଜିଲ୍ଲା ପରିଷଦ ଦ୍ୱାରା ସାଇକେଲ ବଣ୍ଟନ

ଜିଲ୍ଲା ପରିଷଦ ଦ୍ୱାରା ସାଇକେଲ ବଣ୍ଟନ

6

ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର କାର୍ଯ୍ୟକରୁଥିବା ସାଗରମତୀ କ୍ଲଷ୍ଟରକୁ ଆଇ.ଟି.ସି. ଓରମାସ୍ ସହାୟତାରେ ଆଇ.ଟି.ସି.ର ସାମାଜିକ ଦାୟିତ୍ୱବୋଧ ବିଷୟ ତରଫରୁ ଆଗରବତୀ ଉତ୍ପାଦନ କରୁଥିବା ମହିଳାମାନଙ୍କୁ ସାଇକେଲ ବଣ୍ଟନ କରାଗଲା । ଏଥିରେ ଆଇ.ଟି.ସି. ତରଫରୁ କେ.ଏସ୍‌.ନାରାୟଣ, ଅମିତ କୁମାର କର ଯୋଗ ଦେଇଥିଲେ । ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ସାଇକେଲ ବଣ୍ଟନ ଦ୍ୱାରା କିପରି ମହିଳାମାନେ କମ ସମୟରେ ଅଧିକା ରୋଜଗାରକ୍ଷମ ହୋଇପାରିବେ ସେଥିପାଇଁ କାମ କରିବାକୁ ଉତ୍ସାହିତ କରିଥିଲେ । ଆଇ.ଟି.ସି. ଅଧିକାରୀ, ଡ଼ି.ପି.ଏମ୍‌. ଓ.ସି.ଏମ୍ ର ପ୍ରେଜେକ୍ଟ ଏଜ୍‌କ୍ୟୁଟିଭ୍ ଓ.ଆର.ଏମ.ଏ.ଏସ. ସମସ୍ତ କର୍ମଚାରୀ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଓରମାସର ପ୍ରେଜେକ୍ଟ ଏଜ୍‌କ୍ୟୁଟିଭ୍ ଭାଗ୍ୟଲକ୍ଷ୍ମୀ ରାଉତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ ମଳୟ କୁମାର ପଣ୍ଡା, ଦିନେଶ କୁମାର ନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.