Home ଜିଲ୍ଲା ପରିକ୍ରମା ବାସୁଦେବପୁର ବ୍ଲକ୍ ମିଳିତ ଜନଶୁଣାଣି ଶିବିରେ ୨୨୨ ଅଭିଯୋଗ ଆଗତ

ବାସୁଦେବପୁର ବ୍ଲକ୍ ମିଳିତ ଜନଶୁଣାଣି ଶିବିରେ ୨୨୨ ଅଭିଯୋଗ ଆଗତ

39

ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାପାଳ ଓ ଏସ୍‌.ପିଙ୍କ ମିଳିତ ଜନାଭିଯୋଗ ଶୁଣାଣି ଶିବିର ବାସୁଦେବପୁର ବ୍ଲକ୍ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ଭଦ୍ରକ ଏସ୍‌.ପି. ବରୁଣ ଗୁଣ୍ଟୁପାଲି ଏହି ଶିବିରରେ ଯୋଗ ଦେଇ ସମୁଦାୟ ୨୨୨ଟି ଅଭିଯୋଗ ଶୁଣିଥିଲେ । ସେଥି ମଧ୍ୟରେ ୧୯୫ଟି ବ୍ୟକ୍ତିଗତ ସମସ୍ୟା ଓ ୨୭ ଟି ସାମୂହିକ ସମସ୍ୟା ଭିତ୍ତିକ ଅଭିଯୋଗ ଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ସନ୍ତୋଷ କୁମାର ପାତ୍ର, ଏ.ସି.ଡ଼ି.ଓ. କୁଶଳ ଚନ୍ଦ୍ର ନାଏକ, ଉପଜିଲ୍ଲାପାଳ ମନୋଜ ପାତ୍ର ପ୍ରମୁଖ ଏହି ଶିବିରରେ ଯୋଗ ଦେଇ ଜନଶୁଣାଣିରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ । ଜିଲ୍ଲାସ୍ତରୀୟ ଏବଂ ଉକ୍ତ ବ୍ଲକ୍ ସ୍ତରୀୟ ବିଭାଗୀୟ ଅଧିକାରୀମାନେ ମଧ୍ୟ ଉକ୍ତ ଶିବିରରେ ଉପସ୍ଥିତ ରହି ଜନାଭିଯୋଗ ସମାଧାନ ପାଇଁ ଆବଶ୍ୟକ ମତେ ତଥ୍ୟ ଉପସ୍ଥାପନ କରିଥିଲେ । ବିଶେଷ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ପୁରୁଣା ରେସନ୍ କାର୍ଡ଼ରେ ଯୋଗ କରିବା ଓ ନୂଆ ରେସନ୍ କାର୍ଡ଼ ପାଇଁ ଆବେଦନ କରିବା ନେଇ ସର୍ବାଧିକ ଅଭିଯୋଗ ଆଗତ ହୋଇଥିଲା । ଅନ୍ୟ ବିଭାଗ ସମ୍ବନ୍ଧୀୟ ଆଗତ ଅଭିଯୋଗ ସବୁର ଶୁଣାଣି କରି ନିୟମାନୁଯାୟୀ ସମାଧାନ ପାଇଁ ଉପସ୍ଥିତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ବାସୁଦେବପୁର ବି.ଡ଼ି.ଓ. ସତ୍ୟଜିତ୍ ରାଉତ ଉକ୍ତ ଶିବିର ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲାବେଳେ ଡ଼େପୁଟି କଲେକ୍ଟର ରାଜୀବ ହାଁସଦା ଅଭିଯୋଗ ଉପସ୍ଥାପନା କାର୍ଯ୍ୟରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.