Home ଜିଲ୍ଲା ପରିକ୍ରମା ଭଦ୍ରକରେ ଗଣତାନ୍ତ୍ରିକ ମହିଳା ସମିତିର ପଥପ୍ରାନ୍ତ ସଭାରେ ଅକ୍ଟୋବର ୫ ଦିଲ୍ଲୀ ଚଲୋ ଡାକରା

ଭଦ୍ରକରେ ଗଣତାନ୍ତ୍ରିକ ମହିଳା ସମିତିର ପଥପ୍ରାନ୍ତ ସଭାରେ ଅକ୍ଟୋବର ୫ ଦିଲ୍ଲୀ ଚଲୋ ଡାକରା

27

ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର ବନ୍ତଛକ ଠାରେ ଗଣତାନ୍ତ୍ରିକ ମହିଳା ସମିତି ତରଫରୁ ଏକ ଅଭିଯାତ୍ରୀ ଦଳ ଆସି ପହଞ୍ôଚବା ପରେ ସମଗ୍ର ଭାରତ ବର୍ଷରେ ଅକ୍ଟୋବର ୫ ଦିଲ୍ଲୀ ଚଲୋ ଡାକରାର ସଫଳତା ପାଇଁ ଏକ ପଥପ୍ରାନ୍ତ ସଭାର ଆୟୋଜନ ହୋଇଥିଲା । ଏଠାରେ ସୂଚନାଯୋଗ୍ୟ ଦିଲ୍ଲୀ ମହାସମାବେଶ ପାଇଁ ବିଭିନ୍ନ ରାଜ୍ୟରେ ପ୍ରଚାର କାର୍ଯ୍ୟକ୍ରମ ଚାଲୁ ରହିଥିବାବେଳେ ଆମ ରାଜ୍ୟରେ ମଧ୍ୟ ତାହା ଚାଲୁ ରହିଛି । ତେବେ ଭଦ୍ରକ ଜିଲାରେ ୨୩ ତାରିଖରେ ରକ୍ତତୀର୍ଥ ଇରମ ଠାରେ “ଜାଠା” ର ଶୁଭାରମ୍ଭ ହୋଇ ବାସୁଦେବପୁର, ତିହିଡି, ମତୋ ଓ ଚାନ୍ଦବାଲିରେ, ବନ୍ତ ଓ ଆଗରପଡାରେ ସଭା ହେବା ପରେ ଭଦ୍ରକରେ ତାହା ଅନୁଷ୍ଠିତ ହୋଇଛି । ଏଥି ଉପଲକ୍ଷେ ଗଣତାନ୍ତ୍ରିକ ମହିଳା ସମିତିର ଅଭିଯାତ୍ରୀ ଦଳକୁ ବିଭିନ୍ନ ଗଣ ସଂଗଠନ ପକ୍ଷରୁ ସ୍ୱାଗତ କରାଯାଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ମହିଳା ସମିତିର ଜିଲା ସଭାପତି ପ୍ରଭାତି ଜେନାଙ୍କ ଅଧ୍ୟକ୍ଷତାରେ ଏହି ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇ ଅକ୍ଟୋବର ୫ ଦିଲ୍ଲୀ ସମାବେଶକୁ ସଫଳ କରିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦିଆଯାଇଥିଲା ।

ଏହି ସଭାରେ ଜାତୀୟ ସଂପାଦିକା ତାପସୀ ପ୍ରହରାଜ, ରାଜ୍ୟ ସଂପାଦିକା ସୁରଜିତା ନାୟକ ପ୍ରମୁଖ ଯୋଗଦେଇ ବିଜେପି, ଆରଏସଏସ ହଟାଓ, ମହିଳା ବଂଚାଅ, ଦେଶ ବଂଚାଅ ବୋଲି ସ୍ଲୋଗାନ ଦେଇଥିଲେ । ଏବଂ ନିଜ ବକ୍ତବ୍ୟରେ ୨୦୧୪ ମସିହାରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଆରଏସଏସ ନିର୍ଦ୍ଦେଶରେ ବିଜେପି ଦୀର୍ଘ ୧୦ ବର୍ଷ ଧରି ଏ ଦେଶକୁ ଶାସନ କରୁଥିବାବେଳେ ନିର୍ବାଚନ ପୂର୍ବରୁ ଦେଶ ତମାମ ବୋଲି ସେମାନେ ସରକାରକୁ ଆସିଲେ ଦରଦାମ ନିୟନ୍ତ୍ରଣ କରିବେ, ବର୍ଷକୁ ୨ କୋଟି ଚାକିରୀ ଦେବେ, କଳା ଟଙ୍କା ଉଦ୍ଧାର କରିବେ, ୧୫ ଲକ୍ଷ ଟଙ୍କା ଜମା କରିବେ, ଦେଶରୁ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ଦୂର କରିବା ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହା ଆଜି ପ୍ରତାରଣାରେ ପରିଣତ ହୋଇଛି ବୋଲି କହିଥିଲେ । ଏବଂ ଆଜି ଦେଶରେ ମହିଳାମାନେ ସୁରକ୍ଷିତ ନଥିବାବେଳେ ସବୁଆଡେ ଓଲଟା ଗଂଗା ବୋହୁଥିବାରୁ ଏ ସରକାର ବଦଳିବା ଦରକାର ବୋଲି ଆହ୍ୱାନ ଦେଇଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଶିଖା ମହାପାତ୍ର, ସିଟୁ ନେତା ରାଧା ଦାସ, କାଳନ୍ଦୀ ପାତ୍ର, ନିରଞ୍ଜନ ପାଣି, ସୁମତି ନାୟକ, ମିନୁ ମହାପାତ୍ର, ସଂଯୁକ୍ତା ଯାଦବ, ସରସ୍ୱତୀ ହାତି, ଶାନ୍ତି ନାୟକ, ପ୍ରଭାତ ଜେନା, ଶାନ୍ତିଲତା ବାରିକ, ପକିନୀ ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଚରମ୍ପା ଓ କଚେରୀ ଛକରେ ମଧ୍ୟ ପଥପ୍ରାନ୍ତ ସଭା ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.