Home ଜିଲ୍ଲା ପରିକ୍ରମା ବାପୁଙ୍କ ଓଡିଶା ଆଗମନର ଶତବାର୍ଷିକୀ ଅବସରରେ ଜିଲ୍ଲାପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ

ବାପୁଙ୍କ ଓଡିଶା ଆଗମନର ଶତବାର୍ଷିକୀ ଅବସରରେ ଜିଲ୍ଲାପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ

26

ମାଲକାନଗିରି,୨୩ା୩ ( ଓଡିଆ ପୁଅ ) ବାପୁଙ୍କ ଓଡିଶା ଆଗମନର ଶତବାର୍ଷିକୀ ଉତ୍ସବ ଅବସରରେ ମାଲକାନଗିରି ଜିଲ୍ଲା ସୁଚନା ଲୋକସଂପର୍କ ବିଭାଗ ପକ୍ଷରୁ ଆଜି ସକାଳେ ପରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଶତାୟୁ ସ୍ମୃତି ସଂପର୍କରେ କୋଭିଡ ନିୟମ ପାଳ ସହ ଉତ୍ସବ ପାଳିତ ହୋଇ ଯାଇଛି । ଜିଲ୍ଲା ସୁଚନା ଲୋକସଂପର୍କ ଅଧିକାରୀ ସ୍ନିଗ୍ଧାରାଣୀ ଚୌଧୁରୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ମୁଖ୍ୟବକ୍ତା ଭାବେ ଅଧ୍ୟାପକ ରଂଜନକୁମାର ସ୍ୱାଇଁ,ସମ୍ମାନିତ ଅତିଥି ଭାବେ ବରିଷ୍ଟ ସାମ୍ବାଦିକ ରତ୍ନାକରଦାଶ,ଦୁର୍ଯ୍ୟଧନପାତ୍ର, ଶିବପ୍ରସାଦ କିର୍ତନୀୟା ଯୋଗଦେଇଥିଲେ । ପ୍ରଥମେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ୱଳନକରି ସ୍ମୁତିଚାରଣ କରିଥିଲେ । ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନର ଅଭୁଲା ଆଧ୍ୟାୟ ଆଜିର ଦିନରେ ୧୦୦ବର୍ଷ ପୁର୍ତି ହୋଇଥିବା ଗାନ୍ଧି ଓଡିଶାର ଅତିତ ଦିନର ସ୍ମୁତିକୁ ମନେପକାଇ ବା ସହ ଗାନ୍ଧିଙ୍କ ପାଇଁ ଓଡିଶା ମାଟି ଥିଲା ଏକ ତୀର୍ଥ କ୍ଷେତ୍ର ବୋଲି ଅତିଥି ମାନେ କହିଥିଲେ । ଜିଲ୍ଲାସୁଚନା ଲୋକ ସଂପର୍କ ବିଭାଗର ହରେକୃଷ୍ଣ କିର୍ତନୀୟା,ଜୋର୍ତିମୟୀ ଆଚାର୍ଯ୍ୟ,ରଂଜନ କୁମାର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.