Home ଜିଲ୍ଲା ପରିକ୍ରମା ବାଇକ ଧକାରେ ଅଟୋଚାଳକ ମୃତ୍ୟୁ,୨ଜଣ ଆହତ

ବାଇକ ଧକାରେ ଅଟୋଚାଳକ ମୃତ୍ୟୁ,୨ଜଣ ଆହତ

35

ମାଲକାନଗିରି,୭ା୨ (ଓଡିଆ ପୁଅ ) ବାଇକ ଧକା ରେ ଜଣେ ଅଟୋଚାଳକର ମୃତ୍ୟୁ ଘଟିବା ସହତ ବାଇକ ଆରୋହି ଆହତ ହୋଇଥିବାର ଜଣାପଡିଛି । ଶନିବାର ସନ୍ଧ୍ୟାରେ ମାଲକାନଗିରି ଥାନାସ୍ଥ ନାୟକଗୁଡା ପଚାଂୟତ ମାଳିଗୁଡା ଛକଠାରେ ଏହି ଦୁର୍ଘଟଣାଘଟିଛି । ମାଲକାନଗିରି ବ୍ଲକସ୍ଥ ପ୍ରଧାନିଗୁଡା ଗ୍ରାମର ସତ୍ୟନାରାୟଣ ନାୟକ ନାମକ ଜଣେ ଅଟୋଚାଳକ ନିଜ ଅଟୋ ନେଇ ନାୟକଗୁଡା ଅଭିମୁଖେ ଯାଇଥିଲେ,ସେ ମାଳିଗୁଡା ଛକ ଠାରେ ଅଟୋରୁ ଓହ୍ଲାଇ ରାସ୍ତାକଡରେ ଥିବା ଏକ ଦୋକାନକୁ ଯାଉଥିବା ସମୟରେ ହଟାତ ଏକ ବାଇକ ଦୃତଗତିରେ ଆସି ତାଙ୍କୁ ଧକ୍କାଦେଇଥିଲେ । ଅଟୋଚାଳକ ନାରାୟଣ ଦୁରକୁ ଛିଟିକି ପଡି ତାଙ୍କ ମୁଣ୍ଡ ଓ ଛାତିରେ ଆଘାତ ଲାଗିବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା ।ଦୁର୍ଘଟଣା ଘଟାଇଥିବା ବାଇକ ଚାଳକ ଙ୍କ ସହିତ ତାଙ୍କ ପଛରେ ବସିଥିବା ଏମଭି୯୩ ଗ୍ରାମର କ୍ରୀଷ୍ଣାମଣ୍ଡଳ ନାମକ ଯୁବକ ମଧ୍ୟ ଆହତ ହୋଇଥିବାର ଜଣାପଡିଛି । ଏ ସଂପର୍କରେ ନିକଟସ୍ଥ ଗ୍ରାମବାସୀ ମାନେ ମାଲକାନଗିରି ଥାନାକୁ ଫୋନକରିଜଣାଇ ବାରୁ ଘଟଣାସ୍ଥଳରେ ପୁଲିସ ପହଁଚି ମୃତଶରୀର ଜବତ କରି ମାଲାକନଗିରି ହସପିଟାଲକୁ ଶବବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି ,ଘଟଣାସ୍ଥଳରୁ ଦୁର୍ଘଟଣାଘଟାଇଥିବା ଓଡି୩୦ଏ୪୯୧୧ ହିରୋ ଡିଲକ୍ସ ବାଇକୁ ପୁଲିସ ଜବତ କରିଛି । ମୃତ ଅଟୋଚାଳକ ଙ୍କ ଝିଅ ସଂଯୁକ୍ତାନାୟକ ତାଙ୍କ ବାପା ନାରାୟଣ ନାୟକ ବାଇକ ଧକାରେ ମୃତ୍ୟୁ ଘଟିଥିବା ସଂପର୍କରେ ଆଜି ମାଲକାନଗିରି ଥାନାରେ ଏତଲା ଦେଇଛନ୍ତି । ମୃତ ଅଟୋଚାଳକ ନାରାୟଣ ଜଣେ ଅତ୍ୟନ୍ତ ଗରିବ ଲୋକ ଅଟୋଚଳାଇ ତାଙ୍କର ପାଚଂପ୍ରାଣି କୁଟୁମ୍ବଙ୍କ ପେଟକୁ ଦାନା ଯୋଗାଡ କରିଥାନ୍ତି, ଘରକୁ ତାଙ୍କର ୪ଜଣ ଅବିବାହିତା ଝିଏ ବିଧବା ପତ୍ନୀ ଅଛନ୍ତି । ତାଙ୍କର ମୃତ୍ୟୁ ହୋଇଯିବାପରେ ପରିବାର ଅସହାୟ ହୋଇପଡିଛନ୍ତି

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.