Home ଓଡ଼ିଶା ଦକ୍ଷିଣ ଓଡିଶା ଯୁବ ସମ୍ମିଳନୀ ଓ ସ୍ୱାଧିନତା ସଂଗ୍ରାମୀ ଭାଇଜୀଙ୍କ ୯୩ତମ ଜୟନ୍ତୀ ପାଳିତ

ଦକ୍ଷିଣ ଓଡିଶା ଯୁବ ସମ୍ମିଳନୀ ଓ ସ୍ୱାଧିନତା ସଂଗ୍ରାମୀ ଭାଇଜୀଙ୍କ ୯୩ତମ ଜୟନ୍ତୀ ପାଳିତ

82

ମାଲକାନଗିରି,୭ା୨(ଓଡିଆ ପୁଅ) ମାଲକାନଗିରି ଜିଲ୍ଲା କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟ ସଭାଗୃହରେ ଆଜି ଦକ୍ଷିଣ ଓଡିଶା ଯୁବ ସମ୍ମିଳନୀ ଓ ସ୍ୱାଧିନତା ସଂଗ୍ରମୀ ଭାଇଜୀଙ୍କ ୯୩ତମ ଜୟନ୍ତୀ ପାଳିତ ହୋଇଯାଇଛି । କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଚନ୍ଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତି ଭାବେ ଜିଲ୍ଲାଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ, ମୁଖ୍ୟବକ୍ତା ଭାବେ ଜାତୀୟ ଯୁବପ୍ରକଳ୍ପ ସଂଯୋଜିକା ଡଃ ଝାନ୍ସୀ ସିଂ,ସମ୍ମାନିତ ଅତିଥି ଭାବେ କାଲିମେଳା ତହସିଲଦାର ଆଲୋକ କୁମାର ଅନୁଗୁଳିଆ, ଜିଲ୍ଲାଓକିଲ ସଂଘ ସଭାପତି ଦୁର୍ଗାପ୍ରସାଦ ତ୍ରୀପାଠୀ,ସତ୍ୟନାରାୟଣ ମହାବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶକ ସଜଂୟପାଣିଗ୍ରାହୀ,ଅଧ୍ୟାପକ ସରୋଜ ମହାପାତ୍ର ଯୋଗଦେଇ ବିଶିଷ୍ଠ ଗାନ୍ଧୀବାଦି ଭାଇଜୀ ଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ଡଃ ଏସ.ଏନ.ସୁବାରାଓ (ଭାଇଜୀ)ଙ୍କ ବହୁମୁଖି ପ୍ରତିଭା ସଂପର୍କରେ ଆଲୋକପାତ କରିବାସହଯୁବ ଶକ୍ତି ହିଁ ରାଷ୍ଠ୍ର ଶକ୍ତି ଓ ବିଶ୍ୱକଲ୍ୟାଣରେ ଯୁବ ଗୋଷ୍ଠିଙ୍କ ଧେୟ ଶାନ୍ତି ସଦଭାବନା ହେଉ ବୋଲି ମଚାଂଶିନ ଅତିଥି ମାନେ କହିଥିଲେ । ଦକ୍ଷିଣ ଓଡିଶା ଯୁବ ପ୍ରକଳ୍ପ ସ୍ୱଚ୍ଛାସେବୀ,ଜୟ ମାଲକାନଗିରି ଗୃପ,ଜାତିୟସେବା ଯୋଜନା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିରେ ଜିଲ୍ଲାର ସାତଟି ବ୍ଲକ ଓ କୋରାପୁଟ, ରାୟଗଡା, ନବରଙ୍ଗପୁର ଜିଲ୍ଲାରୁ ସ୍ୱେଚ୍ଛାସେବି ଓ ଯୁବଗୋଷ୍ଟି ମାନେ ଯୋଗଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ଅନ୍ୟାନମାନଙ୍କ ମଧ୍ୟରେ ଅଧ୍ୟାପକ କାହ୍ନୁଚରଣ ବରଡା,ଚନ୍ଦ୍ରସେଖର ମାଢି,ରବିରାଜେଶ, ଅଭିଷେକ ବାଘ,ଟି.ମନୁତ୍ୟାଲୁ, ପି.ନବିନ,ପି.ସାଗର,ମାନସ ବେହେରା,ମନୋଜ ମଣ୍ଡଳ,ରାଜେଶ ଯାଦବ,ପଙ୍କଜ ପର୍ଧାନ,ସାମୂୁଏଲ କନ୍ଧପାନ,ପ୍ରୋମଦ କନ୍ଧପାଣି,ଅଜୟ ଇଡିଙ୍ଗ, ନାରାୟଣଖରା, ଦଶରଥ ପଡିଆମି,ବଳରାମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.