Home ଜିଲ୍ଲା ପରିକ୍ରମା କୀର୍ତ୍ତନ ବିହାରୀ ଲକ୍ଷ୍ମୀଦେବୀ ଟ୍ରଷ୍ଟର ଗୁରୁ ପୂଜନ ଉତ୍ସବ, ବିଦଗ୍ଧ ଛାତ୍ର ଛାତ୍ରୀଙ୍କର ଅନ୍ତଦୃଷ୍ଟିରେ ଶିକ୍ଷକ...

କୀର୍ତ୍ତନ ବିହାରୀ ଲକ୍ଷ୍ମୀଦେବୀ ଟ୍ରଷ୍ଟର ଗୁରୁ ପୂଜନ ଉତ୍ସବ, ବିଦଗ୍ଧ ଛାତ୍ର ଛାତ୍ରୀଙ୍କର ଅନ୍ତଦୃଷ୍ଟିରେ ଶିକ୍ଷକ ଦ୍ୱିତୀୟ ଈଶ୍ୱର

29

ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୀର୍ତ୍ତନ ବିହାରୀ ଲକ୍ଷ୍ମୀଦେବୀ ମେମୋରିଆଲ୍ ଟ୍ରଷ୍ଟ ଆନୂକୁଲ୍ୟରେ ବାଗୁରାଇ ଡଗମୁଣ୍ଡ ଠାରେ ଗୁରୁ ପୂଜନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ପ୍ରଫେସର ଡ. ନାରାୟଣ ଚନ୍ଦ୍ର ସେନାପତି ପୌରହିତ୍ୟ କରି କହିଲେ,ଜଣେ ବିଦଗ୍ଧ ଛାତ୍ର ବା ଛାତ୍ରୀ ତାର ଶିକ୍ଷକକୁ ମାନବରୁ ଈଶ୍ୱରରେ ରୂପାନ୍ତରୀତ କରିଦିଏ,ଶିକ୍ଷକ ପାଲଟି ଯାଏ ଦ୍ୱିତୀୟ ଈଶ୍ୱର । ସଭାରେ ମୁଖ୍ୟ ଅତିଥି ଭାବେ ପ୍ରାଧ୍ୟାପକ ଡ. କୁଳମଣୀ ତ୍ରିପାଠୀ,ମୁଖ୍ୟ ବ୍ୟକ୍ତା ଭାବେ ଦ୍ୱିଭାଷିକ ଲେଖକ ଗଣେଶ ପ୍ରସାଦ କରଶର୍ମା,ବରେଣ୍ୟ ଅତିଥି ପ୍ରଫେସର ରାମଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇ ଛାତ୍ର ଟିଏ ଖରାପ ହେଲେ ତାହାର ପ୍ରଭାବ ବେଶୀ କ୍ଷଣ ନୁହେଁ,କିନ୍ତୁ ଶିକ୍ଷକ ଟିଏ ଖରାପ ହେଲେ ତାହାର ପ୍ରଭାବ ସୂଦୁର ପ୍ରସାରୀ ହୋଇଥାଏ ବୋଲି ଅତିଥି ମାନେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ଅଧ୍ୟକ୍ଷ ସୁରଞ୍ଜନ ପଣ୍ଡା,ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଭାଷ୍କର ଚନ୍ଦ୍ର ପାଢୀ,ପ୍ରାକ୍ତନ ଅଧ୍ୟକ୍ଷ ଡ. ହୃଷିକେଶ ତ୍ରିପାଠୀ ପ୍ରମୁଖ ନିଜ ନିଜର ବକ୍ତବ୍ୟରେ ସୁଚିନ୍ତିତ ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ ଟ୍ରଷ୍ଟ ପକ୍ଷରୁ ଗୁରୁଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବେହେରା,ଆଦର୍ଶ ବିଜ୍ଞାନ ଶିକ୍ଷକ ଗଙ୍ଗାଧର ନାୟକ,ପ୍ରଜ୍ଞାଦିପ୍ତ ଶିକ୍ଷକ ଭକ୍ତ ଶେଖର ଶା ଙ୍କୁ ଅଭିନନ୍ଦନିକା ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ଶିକ୍ଷକ ପ୍ରଭଞ୍ଜନ ଆଚାର୍ଯ୍ୟ ଅତିଥିଙ୍କୁ ମଞ୍ଚ ଆହ୍ୱାନ,କବି ନାରାୟଣ ଚନ୍ଦ୍ର ଲେଙ୍କା ସ୍ୱାଗତ ଭାଷଣ,ଶ୍ରୀକାନ୍ତ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ବାର୍ଷିକ ବିବରଣୀ ଅଧ୍ୟାପକ ଗଜେନ୍ଦ୍ର କୁମାର ସେନାପତି,ଅଭିନନ୍ଦନିକା ପାଠ ଶିକ୍ଷକ ରବିନ୍ଦ୍ର କୁମାର ନନ୍ଦୀ,ଆଚାର୍ଯ୍ୟ ଅକ୍ଷୟ କୁମାର ପଣ୍ଡା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଦିପାଳି ମିଶ୍ର,ସେବାଶ୍ରୀ ସ୍ୱାଇଁ,ଅନିରୁଦ୍ଧ ହୋତା,ଜଗନ କୁମାର ସେନାପତି,ଜୀବନ କୁମାର ସେନାପତି,ସୁନେତ୍ରା ରାୟ,ଲକ୍ଷ୍ମୀପ୍ରିୟା ସେନାପତି,ପ୍ରିୟାରାଣୀ ପାତ୍ର,ଲୋପାମୁଦ୍ରା ହୋତା,ଚକ୍ରଧର ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଭଦ୍ରକ ଓ କେନ୍ଦୁଝର ଜିଲ୍ଲାର ବହୁ ବୁଦ୍ଧିଜୀବି ଓ ସାହିତ୍ୟିକ ଯୋଗ ଦେଇଥିଲେ । ଶେଷରେ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.