Home ଜିଲ୍ଲା ପରିକ୍ରମା ବଜ୍ରପାତରେ ଜଳିଗଲା କୁକୁଡାଫାର୍ମ

ବଜ୍ରପାତରେ ଜଳିଗଲା କୁକୁଡାଫାର୍ମ

63

ଭଦ୍ରକ, ୧୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ଥଇଳାଗ୍ରାମ ମାତିନିସାହିର ଅଭିମନ୍ୟୁ ସାହୁଙ୍କର କୁକୁଡା ଫାର୍ମ ଆଜି ମଧ୍ୟାହ୍ନରେ ଜଳିଯାଇଛି । ବଜ୍ରପାତ ଅଗ୍ନିକାଣ୍ଡର କାରଣ ବୋଲି ଜଣାଯାଇଛି । ଏହି ଅଗ୍ନିକାଣ୍ଡରେ ପାଞ୍ଚଶହ କୁକୁଡା ପୋଡିଯିବା ସହ କୁକୁଡା ଖାଦ୍ୟ ମଧ୍ୟ ଜଳିଯାଇଛି । ଭଣ୍ଡାରିପୋଖରୀରୁ ଦମକଳ କର୍ମଚାରୀ ଆସି ଅଗ୍ନିକୁ ଆୟତ୍ତ କରିଥିଲେ । ଗତ ଡିସେମ୍ବର ମାସରେ ଫାର୍ମ ହାଉସ ନିର୍ମାଣ କରି ଶ୍ରୀ ସାହୁ କୁକୁଡା ଚାଷ ଆରମ୍ଭ କରିଥିଲେ । ପତ୍ନୀଙ୍କ ନାମରେ ଗ୍ରୁପ ଋଣ କରି ସେ କୁକୁଡା ଚାଷ ଆରମ୍ଭ କରିଥିଲେ । ମାତ୍ର ଅଗ୍ନିକାଣ୍ଡ ସବୁ ଜାଳିଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.