Home ଜିଲ୍ଲା ପରିକ୍ରମା ଧାମରା ରାସ୍ତାରେ ଓଲଟିଲା ହାଇଓା ,ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତିଲେ ଚାଳକ

ଧାମରା ରାସ୍ତାରେ ଓଲଟିଲା ହାଇଓା ,ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତିଲେ ଚାଳକ

28

ଭଦ୍ରକ, ୧୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା-ବାସୁଦେବପୁର ରାସ୍ତା ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇ ପଡୁଛି । ରାସ୍ତା ନିର୍ମାଣ ହେବା ସହିତ ରାସ୍ତା ଖୋଳା ହେଉଥିବାରୁ ଦିନକୁ ଦିନ ଦୁର୍ଘଟଣା ବଢି ବଢି ଚାଲିଛି । ପ୍ରାପ୍ତ ଖବର ଅନୁଯାୟୀ ଆଜି ସନ୍ଧ୍ୟା ସମୟରେ ଧାମରା ବନ୍ଦରରୁ ଏହି ରାସ୍ତା ନିର୍ମାଣ ପାଇଁ ବାଲି ଭର୍ତ୍ତି କରି ଓଡି-୨୨କେ-୨୨୯୭ ହାଇଓା ବାସୁଦେବପୁର ଅଭିମୂଖେ ଯାଉଥିବା ବେଳେ କରଣପଲ୍ଲୀ ଠାରେ ଭାରସାମ୍ୟ ହରାଇ ହାଇଓା ରାସ୍ତା ତଳକୁ ଓଲଟି ପଡିଥିଲା । ସ୍ଥାନୀୟ ଲୋକେ ତୁରନ୍ତ ଯାଇ ହାଇଓାର ଚାଳକକୁ ରକ୍ଷା କରିଥିଲେ । ଚାଳକ ସାମନ୍ୟ ଆହତ ହୋଇଥିଲେ ମଧ୍ୟ ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା ପାଇଯାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.