Home ଜିଲ୍ଲା ପରିକ୍ରମା ଫରେଷ୍ଟରଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ,ଧାମନଗର ଥାନାରେ ମାମଲା ରୁଜୁ

ଫରେଷ୍ଟରଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ,ଧାମନଗର ଥାନାରେ ମାମଲା ରୁଜୁ

5

ଭଦ୍ରକ, ୧୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ବନ ବିଭାଗ କାର୍ଯ୍ୟାଳୟରେ ଜଣେ ମହିଳା କର୍ମଚାରୀଙ୍କୁ ନିର୍ଯାତନା ଦିଆଯାଉଥିବା ନେଇ ଧାମନଗର ଥାନାରେ ଅଭିଯୋଗ ହୋଇଛି। ଧୁଷୁରୀ ଅଂଚଳର ବାସିନ୍ଦା ତଥା ଦୋବଲ ବିଟ ଦାୟିତ୍ୱରେ ଥିବା ବନପାଳ ରେବତୀ ତ୍ରିପାଠୀ, ଫରେଷ୍ଟର ବସନ୍ତ ମାଝିଙ୍କ ବିରୋଧରେ ମାନସିକ ଓ ବୃତିଗତ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ମୁତାବକ, ବସନ୍ତ ମାଝି ତାଙ୍କୁ ବାରମ୍ବାର ନିରୋଳାରେ ପାଖକୁ ଡାକିବା, ଅଯଥା କାର୍ଯ୍ୟରେ ନିୟୋଜିତ କରିବା ଏବଂ ଗାଳିଗୁଲଜ କରୁଥିଲେ। ଏଥିରେ ଅତିଷ୍ଠ ହୋଇ ରେବତୀ ଶନିବାର ରାତିରେ ଧାମନଗର ଥାନାରେ ଏକ ଲିଖିତ ଏତଲା ଦେଇଥିଲେ। ଏତଲାକୁ ଆଧାର କରି ପୋଲିସ କେଶ୍ ନଂ ୧୬୭/୨୦୨୬ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏଏସ୍‌ଆଇ କଳ୍ପନା ରାଉତଙ୍କୁ ଏହି ଘଟଣାର ତଦନ୍ତକାରୀ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି।ତେବେ ତଦନ୍ତ ପ୍ରକ୍ରିୟା ମଧ୍ୟରେ ଆଜି ପୋଲିସ ପକ୍ଷରୁ ବୟାନ ରେକର୍ଡ ପାଇଁ ରେବତୀଙ୍କୁ ଥାନାକୁ ଡକାଯାଇଥିଲେ ହେଁ ସେ ଅନୁପସ୍ଥିତ ରହିଥିଲେ। ସେ ଅସୁସ୍ଥ ଥିବା ଏବଂ ଚିକିତ୍ସା ପାଇଁ ଯାଜପୁର ରେ ଅଛନ୍ତି ବୋଲି ପୋଲିସକୁ କହିଥିଲେ।ଅନ୍ୟପଟେ ଅଭିଯୁକ୍ତ ବସନ୍ତ ମାଝି ଏହି ଅଭିଯୋଗକୁ ସଂପୂର୍ଣ୍ଣ ମିଛ ଓ ଭିତିହୀନ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ଦୋବଲ ବିଟ୍‌ରେ ଜଙ୍ଗଲ ସୁରକ୍ଷା ପାଇଁ କଡ଼ା ନିର୍ଦ୍ଦେଶ ଦେବାରୁ ଏବଂ କାର୍ଯ୍ୟରେ ଅବହେଳା ପାଇଁ କୈଫିୟତ ମାଗିବାରୁ ରେବତୀ ମହିଳା ହେବାର ଫାଇଦା ନେଇ ଏଭଳି ମିଥ୍ୟା ଅଭିଯୋଗ ଆଣିଛନ୍ତି। ବର୍ତମାନ ପୋଲିସ ଘଟଣାର ସତ୍ୟାସତ୍‌ଯ ଜାଣିବା ପାଇଁ ଛାନଭିନ୍ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.