Home ଅପରାଧ ପ୍ରେମିକ ସହ ଦୁଇ ସାଙ୍ଗ ପ୍ରେମୀକାକୁ କଲେ ଗଣଦୁଷ୍କର୍ମ

ପ୍ରେମିକ ସହ ଦୁଇ ସାଙ୍ଗ ପ୍ରେମୀକାକୁ କଲେ ଗଣଦୁଷ୍କର୍ମ

728

ମୟୁରଭଞ୍ଜ୨ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ବୈଶିଙ୍ଗା ଥାନା ଭୀମଦୁର ଗ୍ରାମର ଜଣେ ୨୦ବର୍ଷୀୟ ଆଦିବାସୀ ଯୁବତୀଙ୍କୁ ତା’ର ପ୍ରେମିକ ସହ ଦୁଇ ଜଣ ସାଙ୍ଗ ମିଶି ଗଣଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଘଟଣାରୁ ପ୍ରକାଶ- ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବୈଶିଙ୍ଗା ଥାନା ଭୀମପୁର ଗାଁର ଜଣେ ଆଦିବାସୀ ଯୁବତୀ (୨୦)ଙ୍କର ମୋବାଇଲରେ ବେତନଟୀ ଅଞ୍ଚଳର ଦୁର୍ଗା ସୋରେନ୍ ନାମକ ଜଣେ ଯୁବକ ସହ ପ୍ରେମ ସପର୍କ ଥିଲା। ଗତକାଲି ଅପରାହ୍ନରେ ଉକ୍ତ ଯୁବତୀକୁ ଦୁର୍ଗା ସୋରେନ୍ ଏକ ନିଛାଟିଆ ଜାଗାକୁ ଡାକିଥିଲା। ସେଠାରେ ପହଞ୍ଚିବାମାତ୍ରେ ଦୁର୍ଗା ଉକ୍ତ ଯୁବତୀ ସହ ଜୋର ଜବରଦସ୍ତି ଦୁଷ୍କର୍ମ ସହ ତାର ଅନ୍ୟ ଦୁଇ ସାଙ୍ଗଙ୍କୁ ଡାକି ସମାନ କାମରେ ନିୟୋଜିତ କରିଥିଲା। ଗଣଦୁଷ୍କର୍ମର ଶିକାର ହେବାପରେ ପୀଡ଼ିତାଙ୍କର ଅଚେତ ହେବାରୁ ତାକୁ ଡାକ୍ତରଖାନାକୁ ନିଆଯାଇଥିଲା। ପୀଡ଼ିତା ପ୍ରେମିକ ଓ ତାର ଦୁଇ ସାଙ୍ଗଙ୍କ ନାମରେ ବୈଶିଙ୍ଗା ଥାନାରେ ଏତଲା ଦେଇଥିଲା। ତିନି ଅଭିଯୁକ୍ତଙ୍କୁ ପୁଲିସ ଥାନାରେ ଅଟକ ରଖିଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.