Home ଜିଲ୍ଲା ପରିକ୍ରମା ପ୍ରହସନ ପାଲଟିଛି ସରକାରୀ ନିୟମ, ଅଙ୍ଗନୱାଡ଼ି କର୍ମୀ ପାଳୁନାହାନ୍ତି ନିର୍ଦ୍ଦେଶନାମା

ପ୍ରହସନ ପାଲଟିଛି ସରକାରୀ ନିୟମ, ଅଙ୍ଗନୱାଡ଼ି କର୍ମୀ ପାଳୁନାହାନ୍ତି ନିର୍ଦ୍ଦେଶନାମା

33

ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଙ୍ଗନୱାଡ଼ି କେନ୍ଦ୍ର ହେଉଛି ଗୋଟିଏ ଶିଶୁର ଶିକ୍ଷା କ୍ଷେତ୍ରର ମୂଳଦୁଆ ପଡ଼ିବାର ପ୍ରଥମ ସୋପାନ। ଏହିଠାରୁ ହିଁ ତାର ଶିକ୍ଷା ଆରମ୍ଭ ହୋଇଥାଏ। ମାତ୍ର ଏହି ଆରମ୍ଭ ବୟସରୁ ଅଙ୍ଗନୱାଡ଼ି କେନ୍ଦ୍ରରେ ଅଧ୍ୟୟନ କରୁଥିବା ପିଲାମାନେ କେନ୍ଦ୍ରର ଅବ୍ୟବସ୍ଥାକୁ ନେଇ ନିଜର ହତାଶ ଭାବ ପ୍ରକାଶ କରୁଛନ୍ତି। ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ। ଉକ୍ତ ବ୍ଲକର ୨୫ଟି ପଂଚାୟତରେ ୨୩୮ଟି ଅଙ୍ଗନବାଡ଼ି କେନ୍ଦ୍ର କାର୍ଯ୍ୟ କରୁଛି। ୨୫ଟି ପଂଚାୟତକୁ ୧୧ଟି ସେକ୍ଟରରେ ଭାଗ କରାଯାଇଛି। ପ୍ରତି ସେକ୍ଟରରେ କିଛି ପଂଚାୟତ ଅନ୍ତର୍ଗତ। ସୂଚନା ଅନୁଯାୟୀ ଅନ୍ୟ ସବୁ କାର୍ଯ୍ୟ ସହ ଅଙ୍ଗନୱାଡ଼ି କେନ୍ଦ୍ରରେ ଅଧ୍ୟୟନ କରୁଥିବା କୁନିକୁନି ପିଲାଙ୍କୁ ମିନି ଅଙ୍ଗନୱାଡ଼ିର କର୍ମୀ ନିଜେ ତାଙ୍କ ଘରକୁଘର ଯାଇ ପିଲାଙ୍କୁ ଶୃଂଖଳାର ସହ କେନ୍ଦ୍ରକୁ ଆଣିବା ଓ ଅଧ୍ୟୟନ ସରିବା ପରେ ଘରେ ନେଇ ଛାଡ଼ିବା ଏବଂ ଅଙ୍ଗନୱାଡ଼ି କେନ୍ଦ୍ରର ସହଯୋଗୀ(ହେଲ୍ଲପର)ଏହି କାର୍ଯ୍ୟକୁ ସୂଚାରୁରୂପେ ନିର୍ବାହ କରିବାକୁ ସରକାରୀ ନିର୍ଦ୍ଦେଶ ଥିବା ବେଳେ କେହିବି ଏହି କାର୍ଯ୍ୟ ସଂପାଦନା କରୁନଥିବା ଜଣାପଡ଼ିଛି। କେଉଁଠି ଜେଜେମା-ଜେଜେବାପା ଓ ଆଉ କେଉଁଠି ପିତା-ମାତା କିମ୍ବା ଭାଇ-ଭଉଣୀ ଏହି କାର୍ଯ୍ୟ ନିର୍ବାହ କରୁଛନ୍ତି। ଅନେକ ସ୍ଥାନରେ କୋମଳମତୀ ଶିଶୁ ନିଜେ କେନ୍ଦ୍ରକୁ ଯିବାର ଦେଖିବାକୁ ମିଳୁଛି। ବହୁ ସମୟରେ ଏଥିଯୋଗୁଁ ଶିଶୁମାନେ ଦୁର୍ଘଟଣାର ଶିକାର ମଧ୍ୟ ହେଉଛନ୍ତି। ଅଙ୍ଗନୱାଡ଼ି କର୍ମଚାରୀମାନେ ସରକାରଙ୍କ ନିର୍ଦ୍ଦେଶନାମାକୁ ସୂଚାରରୂପେ ପ୍ରତିପାଦନ କରୁନଥିବା ବେଳେ ନିଜ ପାରିଶ୍ରମକୁ ନେଇ ସରକାରଙ୍କ ଠାରେ ଦାବିିଉପସ୍ଥାପନା କରିବା ସହ ରାଜରାସ୍ତାରେ ଧାରଣାରେ ବସୁଥିବା କେତେଦୂର ଯୁକ୍ତି ସଂଗତ ତାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ତେଣୁ ସରକାରଙ୍କ ପ୍ରଦତ୍ତ ନିୟମକୁ ପ୍ରହସନରେ ପରିଣକ ନକରି ନିଜ ହକ ମାଗିବା ସହ ନିଜ କାର୍ଯ୍ୟକୁ ସଠିକ ରୂପେ ପ୍ରତିପାଦନ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.