Home ଜିଲ୍ଲା ପରିକ୍ରମା ପ୍ରଧାନଶିକ୍ଷକ ପଦବୀ ପୂରଣ ପାଇଁ ଛାତ୍ରଛାତ୍ରୀଙ୍କ ଧାରଣା

ପ୍ରଧାନଶିକ୍ଷକ ପଦବୀ ପୂରଣ ପାଇଁ ଛାତ୍ରଛାତ୍ରୀଙ୍କ ଧାରଣା

37

ଭଦ୍ରକ, ୨୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ନୋଡାଲ ଉଚ୍ଚବିଦ୍ୟାଳୟରେ ସ୍ଥାୟୀ ପ୍ରଧାନଶିକ୍ଷକ, ବିଜ୍ଞାନ ଶିକ୍ଷକ, ଖେଳଶିକ୍ଷକ ଓ ସଂସ୍କୃତ ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀମାନେ ଆଜି ଧାରଣା ଦେଇାଇଛି । ବାରମ୍ବାର ଏ ସମ୍ପର୍କରେ ବିଭାଗୀୟ ଉଚ୍ଚ କତ୍ତୃପକ୍ଷଙ୍କୁ ଜଣାଯାଉଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନାହାନ୍ତି । ପିଲାମାନଙ୍କ ଭବିଷ୍ୟତ ଏଥିଯୋଗୁଁ କ୍ଷତିଗ୍ରସ୍ତ ହେଉଛି । ଅଶୋକ ମଲ୍ଲିକ, ସୁଧାଂଶୁ ଶେଖର ମହାପାତ୍ର, ଶିବ ପ୍ରସାଦ ଦାସ ପ୍ରମୁଖ ଶତାଧିକ ଅଭିଭାବକ ଓ ଗ୍ରାମବାସୀ ପ୍ରମୁଖ ଜିଲ୍ଲାଶିକ୍ଷାଧିକାରୀଙ୍କୁ ଅଭିଯୋଗ ଦେଇଛନ୍ତି । ଆଗାମୀ ୧୨ ତାରିଖ ମଧ୍ୟରେ ଦାବି ମୁତାବକ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ଦିଆନଗଲେ ବିଦ୍ୟାଳୟକୁ ସମ୍ପୁର୍ଣ୍ଣ ବନ୍ଦ କରିଦିଆଯିବ ବୋଲି ଚେତାବନୀ ଦିଆଯାଇଛି । ଏଥିପାଇଁ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ମଙ୍ଗଳବାର ଧାରଣା ବିଦ୍ୟାଳୟ ଫାଟକ ସମ୍ମୁଖରେ ଦେଇଛନ୍ତି । ଏହି ସମସ୍ୟା ସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି ଏବିଇଓ ଅକ୍ଷୟ ଜେନା ମତ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.