Home ଜିଲ୍ଲା ପରିକ୍ରମା ପୋକଲଗା ଧାନବିଡା ଧରି କ୍ଷତିଗ୍ରସ୍ତ ଚାଷୀମାନେ ଜିଲାପାଳଙ୍କୁ ଭେଟିଲେ

ପୋକଲଗା ଧାନବିଡା ଧରି କ୍ଷତିଗ୍ରସ୍ତ ଚାଷୀମାନେ ଜିଲାପାଳଙ୍କୁ ଭେଟିଲେ

27

ଭଦ୍ରକ, ୨୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତବର୍ଷ ଭଦ୍ରକ ବ୍ଲକ୍‌ର ବହୁ ପଂଚାୟତର ଚାଷୀମାନେ କରିଥିବା ଚାଷ ଭଲ ହୋଇଥିଲେ ମଧ୍ୟ ସେଥିରେ ଚକଡା ଓ ମାଟିଆ ଗୁଣ୍ଡିପୋକ ଲାଗି ପ୍ରାୟ ଅଧାରୁ ଅଧିକ ଫସଲ ନଷ୍ଟ ହୋଇଯିବା ନେଇ ଆଜି ବହୁ ଚାଷୀ ଜିଲାର ବିଶିଷ୍ଟ କୃଷକନେତା ଚନ୍ଦ୍ରଶେଖର ନାୟକଙ୍କ ନେତୃତ୍ୱରେ ଅଭିନବ ଭାବେ ଧାନବିଡା ଧରି ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତେବେ ଜିଲାପାଳ ତ୍ରିଲୋଚନ ମାଝୀ ଏ ସଂପର୍କରେ କୃଷି ବିଭାଗକୁ ଅବଗତ କରାଇବା ସହ ସରକାରଙ୍କ ଠାରୁ କ୍ଷତିପୂରଣ ପାଇବା ନେଇ ପ୍ରୟାସ ଜାରି ରଖିବେ ବୋଲି କହିଛନ୍ତି । ଏହି ଚାଷୀମାନଙ୍କ ମଧ୍ୟରେ ଗଣେଶ ପାତ୍ର, ପୀତାମ୍ବର ନାୟକ, ପୀୟୂଷକାନ୍ତି ପାଣିଗ୍ରାହୀ ପ୍ରମୁଖ ବହୁ ଚାଷୀ ଜିଲାପାଳଙ୍କୁ ଦେଇଥିବା ଦାବିପତ୍ର ମୂଳେ ଏହି ବ୍ଲକ୍‌ର ଏରଡା, ଚଣ୍ଡିଗାଁ, ସାବରଙ୍ଗ ଭଳି ବହୁ ପଂଚାୟତର ଚାଷୀମାନେ ଚଳିତବର୍ଷ ଭଲ ଫସଲ ଫଳାଇଥିଲେ । ମାତ୍ର ଉକ୍ତ ଫସଲରେ ପୋକ ଲାଗି ତାହା ପାଚିବା ଆଗରୁ ଅଧା ନଷ୍ଟ ହୋଇଗଲାଣି । ଏଣୁ ସେମାନେ କରଜ କରି କରିଥିବା ଏହି ଧାନରେ ବିଷ ପ୍ରୟୋଗ କରୁଥିଲେ ମଧ୍ୟ ପୋକ ଦାଉରୁ ରକ୍ଷା ପାଇପାରୁନାହାଁନ୍ତି । ଏଣୁ ବଳକା ଫସଲକୁ ରକ୍ଷା କରିବା ସହ ଆବଶ୍ୟକୀୟ କ୍ଷତିପୂରଣ ଯୋଗାଇଦେବାରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ଜିଲାପାଳଙ୍କ ନିକଟରେ ଗୁହାରି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.