Home ଜିଲ୍ଲା ପରିକ୍ରମା ପୂର୍ବତନ ବିଧାୟକ ସ୍ୱର୍ଗତ ମୁରଲୀଧର ଜେନାଙ୍କ ୫୫ତମ ସ୍ମୃତି ସମାରୋହ

ପୂର୍ବତନ ବିଧାୟକ ସ୍ୱର୍ଗତ ମୁରଲୀଧର ଜେନାଙ୍କ ୫୫ତମ ସ୍ମୃତି ସମାରୋହ

103

ଭଦ୍ରକ, ୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ସେବା ଓ ପ୍ରତିକ୍ଷା ମୂର୍ତ୍ତିମନ୍ତ ପ୍ରତୀକ, ପ୍ରଖ୍ୟାତ ଜନସେବକ, ସମାଜ ସଂସ୍କାରକ ଧାମନଗରର ପ୍ରାକ୍ତନ ବିଧାୟକ ସ୍ୱର୍ଗତ ମୁରଲୀଧର ଜେନାଙ୍କର ୫୫ତମ ସ୍ମୃତି ସମାରୋହ ଭଦ୍ରକ ନୂଆବଜାର ସ୍ଥିତି ଭାଗବତ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମାରୋହରେ ସଂସଦର ସ୍ଥାୟୀ ସଭାପତି ବିଶିଷ୍ଟ ଅଧିବକ୍ତା ଅନନ୍ତ ପ୍ରସାଦ ଜେନା ସଭାପତିତ୍ୱ କରିଥିବାବେଳେ ମୁଖ୍ୟଅତିଥି ଡ. ବଳରାମ ମିଶ୍ର, ମୁଖ୍ୟବକ୍ତା ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା, ସମ୍ମାନିତ ଅତିଥି ଡ. ରମାକାନ୍ତ ରାଉତ ଓ ବରିଷ୍ଠ ଅଧିବକ୍ତା ନିରାକାର ଜେନା ଯୋଗଦାନ କରି ସ୍ୱର୍ଗତ ମୁରଲୀଧର ଜେନାଙ୍କର କତିପୟ ସାମାଜିକ ଚିନ୍ତାଚେତନା ଓ ଅନୁଚିନ୍ତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ସଂସଦର କୋଷାଧ୍ୟକ୍ଷ ତଥା ବିଶିଷ୍ଟ ଶିଶୁ ସାହିତ୍ୟିକ ହରମୋହନ କୁଅଁର ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ଅତିଥି ମାନଙ୍କୁ ମଞ୍ଚାସୀନ ହେବାକୁ ଅନୁରୋଧ କରିଥିଲେ । ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ବ୍ୟାଜ୍ ପ୍ରଦାନ କରାଯାଇଥିଲା । ସଭାପତିଙ୍କ ଅନୁରୋଧ କ୍ରମେ ମୁଖ୍ୟ ଅତିଥି ସ୍ୱର୍ଗତ ମୁରଲୀଧର ଜେନାଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆଜିର ସମାବେଶକୁ ଉଦ୍‌ଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ଅତିଥିବର୍ଗ ସହାୟତା କରିଥିଲେ । କୁନିବେଦବିତ୍ ସାଇ କଳ୍ପିତା ମହାରଣା ବେଦାବୃତ୍ତି କରିଥିଲେ ଓ ତାଙ୍କୁ ମୁରଲୀଧର ସ୍ମୃତି ଫଳକଦେଇ ସଭାପତି ସମ୍ମାନିତ କରିଥିଲେ । ସଂସଦର ଉପସଭାପତି ଶାନ୍ତନୁ କୁମାର ରାଉତ ଅତିଥିମାନଙ୍କର ପରିଚୟ ପ୍ରଦାନ କରିବା ସହିତ ସ୍ୱାଗତ ଭାଷଣ ରଖିଥିଲେ । ପରମ୍ପରାକ୍ରମେ ଏବର୍ଷ ସଂସଦର ସଂପାଦକ ଭକ୍ତହରି ନାୟକ ଓ ବରିଷ୍ଠ ଉପସଭାପତି ଦେବେନ୍ଦ୍ର କୁମାର ସ୍ୱାଇଁଙ୍କୁ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ସମ୍ପର୍କରେ ମୁରଲୀଧର ସ୍ମୃତି ଫଳକ, ମାନପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାପତିଙ୍କର ଅଭିଭାଷଣ ପରେ ଆନୁଷ୍ଠାନିକ ଭାବରେ ଧନ୍ୟବାଦ ଅର୍ପଣ କରିଥିଲେ ମୁରଲୀ ପ୍ରେମୀ ଶରତ କୁମାର ନାୟକ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.