Home ଜିଲ୍ଲା ପରିକ୍ରମା ଚାଷୀଙ୍କ ସୁନାର ଫସଲରେ ଏବେ ଲହଡି ମାରୁଛି ପାଣି, ଧାନବିଲରୁ ଜଳ ନିଷ୍କାସନ ଓ କ୍ଷତିପୂରଣ...

ଚାଷୀଙ୍କ ସୁନାର ଫସଲରେ ଏବେ ଲହଡି ମାରୁଛି ପାଣି, ଧାନବିଲରୁ ଜଳ ନିଷ୍କାସନ ଓ କ୍ଷତିପୂରଣ ଦାବି ନେଇ ଧାମରା ବନ୍ଦର ଆଗରେ ଚାଷୀଙ୍କ ଧାରଣା

47

ଭଦ୍ରକ, ୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାଷୀଙ୍କ ସୁନାର ଫସଲରେ ଏବେ ଲହଡି ମାରୁଛି ପାଣି । ବାତ୍ୟା ଜୱାଦର ଲଘୁଚାପ ଜନିତ ବର୍ଷାର କଷଣ ଉପରେ ଧାମରା ବନ୍ଦରର ଜଳ ନିଷ୍କାସନ ନହେବାର କୋରଡା ମାଡ ଏବେ ନୁହେଁ । ଦୀର୍ଘବର୍ଷ ଧରି ସ୍ଥାନୀୟ ଅଂଚଳର ଚାଷୀଙ୍କ ଜୀବନ ଜୀବିକାର ମେରୁଦଣ୍ଡ ଦୋହଲାଇ ଦେଲାଣି । କିନ୍ତୁ ସେମାନଙ୍କ ଆପତ୍ତି ଅଭିଯୋଗ ପ୍ରତି ବନ୍ଦର କର୍ତ୍ତୃପକ୍ଷଙ୍କ ଅଣଦେଖା ଭାବ ଆଜି ଚାଷୀଙ୍କ କ୍ରୋଧରେ ଘିଅ ଢାଳିଛି । ଧାନବିଲରୁ ଜଳ ନିଷ୍କାସନ ସହ କ୍ଷତିପୂରଣ ଦାବିନେଇ ଧାମରା ବନ୍ଦର ୩ ନଂ ଫାଟକ ଆଗରେ ଶତାଧିକ ଚାଷୀଙ୍କ ଧାରଣା ବନ୍ଦର କର୍ତ୍ତୃପକ୍ଷଙ୍କ ନିଦ ହଜାଇଛି । ସ୍ଥାନୀୟ ଅଂଚଳର ଚାଷୀଙ୍କ ଅଭିଯୋଗ ମୂଳେ ବାତ୍ୟା ଜୱାଦ ପ୍ରଭାବରେ ଅଦିନିଆ ବର୍ଷା ସେମାନଙ୍କ ଚାଷଜମିକୁ କ୍ଷତିଗ୍ରସ୍ତ କରିଥିବାବେଳେ ବନ୍ଦର ଗ୍ୟାସ୍ ପାଇପ୍ ଲାଇନ୍ ବିଛାଇବା ଯୋଗୁଁ ପୁଣି ନିଷ୍କାସନ ପାଇଁ ଥିବା ନାଳ ଗୁଡିକୁ ବନ୍ଦ ହୋଇ ଉଦ୍‌ବୃତ୍ତ ଜଳରାଶି ଚାଷୀଙ୍କ ଜମିରେ ଜମି ରହୁଛି । ବନ୍ଦର କେତେବେଳେ କେମିତି ନାଳ ସଫା କରୁଥିଲେ ବି ସ୍ଥାୟୀ ପ୍ରତିକାର କରୁନାହିଁ । ଏଣୁ ଆଜି ସ୍ଥାନୀୟ କଇଥଖୋଲା ପଂଚାୟତର ୧୪ଟି ଗ୍ରାମର ଶତାଧିକ ଚାଷୀ ଏକତ୍ରିତ ହୋଇ କଂପାନୀର ୩ ନଂ ଫାଟକ ଆଗରେ ବିକ୍ଷୋଭ କରିବା ସହିତ ଧାରଣାରେ ବସିଛନ୍ତି । ଯାହାଫଳରେ ଫାଟକ ଦେଇ କଂପାନୀ ଭିତରକୁ ଯାଉଥିବା ଶ୍ରମିକ ମାନେ କଂପାନୀକୁ ଯାଇନପାରି ଅଟକି ରହିଛନ୍ତି । ଘଟଣାସ୍ଥଳରେ ଧାମରା ଥାନା ଅଧିକାରୀଙ୍କ ସମେତ ଅନ୍ୟ ପୁଲିସ୍ ପହଞ୍ôଚ ଲୋକଙ୍କୁ ବୁଝାସୁଝା କରୁଥିବାର ଜଣାଯାଇଛି । ତେବେ ଏଥିନେଇ କଂପାନୀ କର୍ତ୍ତଅପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.