Home ଓଡ଼ିଶା ପୁଲିସ ପେଟ୍ରୋଲିଂ ବେଳେ ୨୦ଲିଟର ମଦ ସହିତ ଚୋରା ବେପାରି ଗିରଫ

ପୁଲିସ ପେଟ୍ରୋଲିଂ ବେଳେ ୨୦ଲିଟର ମଦ ସହିତ ଚୋରା ବେପାରି ଗିରଫ

145

ମାଲକାନଗିରି,୨୨ା୪(ଓଡିଆ ପୁଅ ) ମାଲକାନଗିରି ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ୨୦ଲିଟର ଦେଶି ମଦ ସହ ଜଣେ ଚୋରା ମଦବେପାରି ଙ୍କୁ ଗିରଫ କରିଛନ୍ତି । ଲକ ଡାଉନ ସମୟରେ ସମସ୍ତ ମଦ ଦୋକାନ ବନ୍ଦଥିବାରୁ ମାଲକାନଗିରି ଥାନାସ୍ଥ ବଣ୍ଡାବାକୁଲିଗୁଡା ଗ୍ରାମର ଗୋବିନ୍ଦ ହିଆଲ ନାମକ ଜଣେ ବ୍ୟକ୍ତି ଏକ ପ୍ଲାଷ୍ଟିକ ଜାରକିନରେ ୨୦ଲିଟର ଦେଶି ମଦନେଇ ବିକ୍ରୀକରିବାକୁ ଯାଉଥିଲେ । ସେହି ରାସ୍ତାରେ ପୁଲିସ ପେଟଟ୍ରେଲିଂ ରେ ଥିବା ଏଏସଆଇ ଭାଗିରଥି ଦଳେଇ ଓ ଅନ୍ୟାନ ପୁଲିସ ଭାଟିଶାଳଗୁଡା ଠାରେ ସେହି ମଦ ବେପାରିକୁ ଧରିଥାନା କୁ ନେଇଥିଲେ । ତାଙ୍କ ନିକଟରୁ ଏକ ଜାରକିନରେ ୨୦ଲିଟର ମଦ ଜବତ କରି ମଦବେପାରି ଗୋବିନ୍ଦ ଙ୍କୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ ସୁଚନା ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.