Home ଅନୁଗୁଳ ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କଲେ ମା ହିଙ୍ଗୁଳା ପାଠାଗାରର କାର୍ଯ୍ୟକର୍ତା

ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କଲେ ମା ହିଙ୍ଗୁଳା ପାଠାଗାରର କାର୍ଯ୍ୟକର୍ତା

139

ତାଳଚେର,୨୨/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ବିଶ୍ୱରେ କୋରୋନା ଭାଇରସ୍‌କୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଏହାର କ୍ରମବର୍ଦ୍ଧିତ ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ସମଗ୍ର ଦେଶରେ ଲକଡାଉନ୍ ଘୋଷଣା କରାଯାଇଛି । ଏଭଳିସ୍ଥଳେ ଗରିବ,ଅସହାୟ ଓ ଦିନ ମଜୁରିଆ ଲୋକମାନଙ୍କର କାମଧନ୍ଦା ବନ୍ଦ ହୋଇଯିବାରୁ ସେମାନେ ଖାଦ୍ୟ ସଙ୍କଟର ସମ୍ମୁଖୀନ ହେଉଛନ୍ତି । ଏଭଳି ସଙ୍କଟଜନକ ପରିସ୍ଥିତିରେ ସେମାନଙ୍କୁ ସହାୟତାର ହାତ ବଢାଇଛି ତାଳଚେର ବ୍ଲକ କଳମଛୁଇଁ ଗ୍ରାମର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା ହିଙ୍ଗୁଳା ପାଠାଗାର । ପାଠାଗାରର ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁଙ୍କ ତତ୍ୱାବଧାନରେ ସଦସ୍ୟମାନେ ତାଳଚେର ବ୍ଲକ ଧରମପୁର ପଂଚାୟତ ଅନ୍ତର୍ଗତ ସ୍କଟଲାଣ୍ଡପୁର ଗ୍ରାମର ଅସହାୟ ବସ୍ତିବାସିନ୍ଦାମାନଙ୍କୁ ୧୫୦ ପ୍ୟାକେଟ୍ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ଏହି ଅବସରରେ ପାଠାଗାରର ସଦସ୍ୟମାନେ କୋରୋନା ଭୂତାଣୁ ସଂକ୍ରମଣରୁ ବର୍ତିବା ପାଇଁ ହାତ ଧୂଆର ସଠିକ୍ ପ୍ରଣାଳୀ ସହ ସରକାରଙ୍କ ଦ୍ୱାରା ଜାରି ମାର୍ଗଦର୍ଶିକା ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନ କରାଇଥିଲେ । ଅନୁଷ୍ଠାନର ଉପଦେଷ୍ଟା ପ୍ରଭାକର ପ୍ରଧାନ,କୋଷାଧ୍ୟକ୍ଷ ଦୟାନିଧି ସାହୁ, ସମାଜସେବୀ ବାପି ମହାନ୍ତି,ସୂଚନା ଦାସ,ମମତା ନାୟକ,ରାକେଶ ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.