Home ଜିଲ୍ଲା ପରିକ୍ରମା ଜିଲ୍ଲା ନ୍ୟାୟାଳୟ ନଳାଙ୍ଗ ପରିସରରେ ସମ୍ବିଧାନ ଦିବସ ପାଳିତ

ଜିଲ୍ଲା ନ୍ୟାୟାଳୟ ନଳାଙ୍ଗ ପରିସରରେ ସମ୍ବିଧାନ ଦିବସ ପାଳିତ

1

ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଦୌରାଜଜ୍ ତଥା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଲଲାଟେନ୍ଦୁ ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନଳାଙ୍ଗ ସ୍ଥିତ ଜିଲ୍ଲା ନ୍ୟାୟାଳୟ ପରିସରରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସମ୍ବିଧାନର ମୁଖବନ୍ଧ ପାଠ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଜିଲ୍ଲା ଦୌରାଜଜ୍ ତଥା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଲଲାଟେନ୍ଦୁ ଜେନା ମତବ୍ୟକ୍ତ କରି କହିଥିଲେ, ସମ୍ବିଧାନ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନାଗରିକମାନଙ୍କ ମଧ୍ୟରେ ସାମ୍ବିଧାନିକ ମୂଲ୍ୟବୋଧର ପ୍ରଚାର ଓ ପ୍ରସାର। ନଭେମ୍ବର ୨୬କୁ ସମ୍ବିଧାନ ଦିବସ ରୂପେ ପାଳନ କରାଯାଇ ଆସୁଛି ଏବଂ ଏହା ମାଧ୍ୟମରେ ସମ୍ବିଧାନର ମୁଖ୍ୟ ବୈଶିଷ୍ଟ୍ୟ ଓ ମୌଳିକ ଅଧିକାର ସମ୍ପର୍କରେ ସୂଚନା ପ୍ରଦାନ କରାଯାଏ। ସମ୍ବିଧାନର ମୁଖବନ୍ଧ ପାଠ କାର୍ଯ୍ୟକ୍ରମରେ ପରିବାର ଅଦାଲତ ବିଚାରପତି ଅରବିନ୍ଦ ରଥ, ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରଭାତ କୁମାର ରାଜଗୁରୁ, ଅତିରିକ୍ତ ଜିଲ୍ଲା ଦୌରାଜଜ୍ (ପୋକ୍‌ସୋ) ବିକାଶ ଚନ୍ଦ୍ର ଦେ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ପୁଣ୍ୟଶ୍ଲୋକ ରଥ, ବରିଷ୍ଠ ଦେୱାନୀ ବିଚାରପତି ଚିନ୍ମୟୀ ପଣ୍ଡା, ଅତିରିକ୍ତ ବରିଷ୍ଠ ଦେୱାନୀ ବିଚାରପତି ଶିବାନୀ, କନିଷ୍ଠ ଦେୱାନୀ ବିଚାରପତି ଉମାକାନ୍ତ ବେହେରା, ଜୁଡିସିଆଲ ମାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ (ଦଣ୍ଡାଧିକାରୀ) ମନୋଜ କୁମାର ଦାସ ମହାପାତ୍ର, ଜୁଡିସିଆଲ ମାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀ ଋତୁପୂର୍ଣ୍ଣା ଦାସ, ଜୁଡିସିଆଲ ମାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀ ଶ୍ରିତମ ସିଦ୍ଧାନ୍ତ ପାଢୀ ତଥା ଜିଲ୍ଲା ନ୍ୟାୟାଳୟର ସମସ୍ତ କର୍ମଚାରୀ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମସ୍ତ କର୍ମଚାରୀଗଣ ଉପସ୍ଥିତ ରହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.