Home ଅନୁଗୁଳ ସେଂଟଜନସ ଅନନ୍ତ ଆମ୍ବୁଲାନ୍ସ ଡିଭିଜନ ପକ୍ଷରୁ କୁକୁଡୁଲା ହଟିଂରେ ଖାଦ୍ୟସାମଗ୍ରୀ ବଂଟନ

ସେଂଟଜନସ ଅନନ୍ତ ଆମ୍ବୁଲାନ୍ସ ଡିଭିଜନ ପକ୍ଷରୁ କୁକୁଡୁଲା ହଟିଂରେ ଖାଦ୍ୟସାମଗ୍ରୀ ବଂଟନ

138

ତାଳଚେର,୨୨/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ମହାମାରୀ କରୋନା ଭାଇରସ ସଂକ୍ରମଣକୁ ରୋକିବା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ସମଗ୍ର ଦେଶରେ ଲକ୍ ଡାଉନ୍ ଜାରି ରହିଛି । ଏଭଳି ପରିସ୍ଥିତିରେ ବିଭିନ୍ନ ବସ୍ତି ଅଂଚଳରେ ବାସ କରୁଥିବା ବହୁ ଗରିବ,ଅସହାୟ,ଦିନ ମଜୁରିଆ ଲୋକମାନଙ୍କର ଜୀବନ ଜୀବିକା ପ୍ରଭାବିତ ହୋଇଛି । ସେମାନେ ରୋଜଗାର ହରାଇ ଖାଦ୍ୟାଭାବ ଦେଇ ଗତି କରୁଛନ୍ତି । ଲକ ଡାଉନ ସମୟରେ ଏଭଳି ଗରିବମାନଙ୍କୁ ସହାୟତା ପ୍ରଦାନ କରି ଆସୁଛି ସେଂଟ ଜନସ ଅନନ୍ତ ଆମ୍ବୁଲାନ୍ସ ଡିଭିଜନ ତାଳଚେର । ଏହି ଅଗ୍ରଣୀ ଅନୁଷ୍ଠାନ ପକ୍ଷରୁ ତାଳଚେର ସମେତ ଅନୁଗୋଳ ଜିଲ୍ଲାର ବିଭିନ୍ନ ଅଂଚଳରେ ପ୍ରଭାବିତ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯିବା ସହ କରୋନା ସଂକ୍ରମଣରୁ ବର୍ତିବା ନେଇ ସଚେତନତା ମଧ୍ୟ କରାଯାଉଛି । ଏହି କ୍ରମରେ ସେଂଟ ଜନସ ଅନନ୍ତ ଆମ୍ବୁଲାନ୍ସ ଡିଭିଜନ ତାଳଚେର ପକ୍ଷରୁ ଡିଭିଜନ କମାଣ୍ଡର ପ୍ରଦୀପ୍ତ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ବ୍ରିଗେଡ଼ ସଦସ୍ୟ ପଂଚୁ ସାହୁ,ରଣଜିତ ସାହୁ,ଚନ୍ଦନ ପ୍ରଧାନ,ଶ୍ରୀକ୍ରୀଷ୍ଣା ସାହୁ ଓ ବିଦ୍ୟାଧର ପ୍ରଧାନଙ୍କ ସହଯୋଗରେ ତାଳଚେର ବ୍ଲକ ବନ୍ତୋଲ ପଂଚାୟତ ଅନ୍ତର୍ଗତ କୁକୁଡୁଲା ହଟିଂରେ ୩୦୦ ପରିବାରକୁ ସାନିଟାଇଜର, ମାସ୍କ, ଚୁଡ଼ା,ଚିନି,ବିସ୍କୁଟ,ସାବୁନ ଆଦି ପ୍ରଦାନ କରାଯିବା ସହ ସେମାନଙ୍କୁ ସରକାରଙ୍କ ଦ୍ୱାରା ଜାରି ମାର୍ଗଦର୍ଶିକା ସମ୍ପକରେ ସଚେତନ କରାଯାଇଥିଲା । ଆଗାମୀ ଦିନରେ ମଧ୍ୟ ଗରିବ,ଅସହାୟ ପରିବାରଙ୍କୁ ଅନୁଷ୍ଠାନ ପକ୍ଷରୁ ସହାୟତା ଜାରି ରହିବ ବୋଲି ଡିଭିଜନ କମାଣ୍ଡର ପ୍ରଦୀପ୍ତ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.