Home ଓଡ଼ିଶା ପୁରୀ କୁ ବିଶ୍ୱସ୍ତରୀୟ ଐତିହ୍ୟ ସହର ରୂପେ ଗଢିବା ପାଇଁ ପୁରୀ ପୌରପାଳିକା ଦ୍ୱାରା ଲୋଗୋ...

ପୁରୀ କୁ ବିଶ୍ୱସ୍ତରୀୟ ଐତିହ୍ୟ ସହର ରୂପେ ଗଢିବା ପାଇଁ ପୁରୀ ପୌରପାଳିକା ଦ୍ୱାରା ଲୋଗୋ ଏବଂ ଟ୍ୟାଗ ଲାଇନ ପ୍ରତିଯୋଗିତା ର ଆୟୋଜନ

118

ପୁରୀ, ୧୬/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ସ୍ୱଛ ପୁରୀ ପ୍ରୟାସ ମାଧ୍ୟମରେ ପୁରୀ କୁ ବିଶ୍ୱ ସ୍ତରୀୟ ଐତିହ୍ୟ ସହର ରୂପେ ଗଢିବା ପାଇଁ ଜନସାଧାରଣ ଙ୍କ ଯୋଗଦାନ ଏବଂ ଏ ସମ୍ବନ୍ଧ ରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟ ରେ ପୁରୀ ପୌରପାଳିକା ସୃଜନଶୀଳ ସହରବାସୀଙ୍କ ମଧ୍ୟରେ ଏକ ଲୋଗୋ ଏବଂ ଟ୍ୟାଗ ଲାଇନ ପ୍ରତିଯୋଗିତା ର ଆୟୋଜନ କରିଅଛି। ଆଜି ସେପ୍ଟେମ୍ବର ୧୬ ତାରିଖରୁ ଏଥିରେ ଅଂଶ ଗ୍ରହଣ କରିବାକୁ ଇଛୁକ ପୁରୀ ବାସୀ ଙ୍କ ଠାରୁ ପ୍ରବେଶିକା ଆହ୍ୱାନ କରାଯାଉଛି। ଏବଂ ପ୍ରବେଶିକା ଦାଖଲର ଶେଷ ତାରିଖ ସେପ୍ଟେମ୍ବର ୨୫ ରଖାଯାଇଛି। ଏଥିରେ ଅଂଶ ଗ୍ରହଣ କରିବା ପାଇଁ କୌଣସି ବୟସ ସୀମା କିମ୍ବା ପ୍ରବେଶ ଶୁଳ୍କ ରଖାଯାଇ ନାହିଁ। କିନ୍ତୁ ଜଣେ ବ୍ୟକ୍ତି କେବଳ ଗୋଟିଏ ପ୍ରବେଶିକା ଦାଖଲ କରିପାରିବେ। ଇଂରାଜୀ କିମ୍ବା ଓଡିଆ ଭାଷାରେ ଟ୍ୟାଗ ଲାଇନ ଲେଖାଯାଇ ପାରେ। ଏବଂ ଉଭୟ ବିଭାଗରେ ବିଜେତା ଙ୍କୁ ୧୦, ୦୦୦ ଟଙ୍କା ନଗଦ ପୁରସ୍କାର ଦିଆଯିବ। ଏତଦ୍‌ବ୍ୟତୀତ ପ୍ରତ୍ୟେକ ଓାର୍ଡ ର ୧୦ ଜଣ ଶ୍ରେଷ୍ଠ ପ୍ରତିଯୋଗୀ ମାନଙ୍କୁ ୫୦୦ ଟଙ୍କା ଲେଖାଏଁ ଦିଆଯିବ। ଏହି ପ୍ରତିଯୋଗିତା ଅନଲାଇନ ରେ ହେବ। ଏବଂ ପ୍ରତିଯୋଗୀ ମାନେ ଲିଙ୍କ କୁ ଯାଇ ନିଜ ନାମ ପଞିକୃତ କରିବା ସହ ନିଜ ଲୋଗୋ କିମ୍ବା ଟ୍ୟାଗ ଲାଇନ ପ୍ରେରଣ କରିପାରିବେ। ଉକ୍ତ ୱେବସାଇଟ ରେ ପ୍ରତିଯୋଗିତା ସମ୍ବନ୍ଧୀୟ ସମସ୍ତ ସୂଚନା ଓ ସର୍ତାବଳୀ ବିସ୍ତୃତ ଭାବରେ ଦିଆଯାଇଛି। ଜନସାଧାରଣ ଙ୍କ ମଧ୍ୟରେ ଏହି ପ୍ରତିଯୋଗିତା ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ସକାଶେ ପୁରୀ ପୌରପାଳିକା ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିପାଇଁ ସୋସିଆଲ ମିଡିଆ ଏବଂ ଲିଫ୍ ଲେଟ ଓ ପ୍ରଚାର ପତ୍ର ଆଦି ର ଉପଯୋଗ କରାଯାଉଅଛି। ଆଜି ଏ ସମ୍ବନ୍ଧରେ ସୂଚନା ଦେଇ ପୁରୀ ପୌରପାଳିକା ନିର୍ବାହୀ ଅଧିକାରୀ ଶ୍ରୀ ବିଜୟ କୁମାର ଦାସ ଏକ ଭିଡିଓ ବାର୍ତ୍ତା ଜାରି କରି ବହୁ ସଂଖ୍ୟା ରେ ଏହି ଦୁଇ ପ୍ରତିଯୋଗିତା ରେ ଅଂଶ ଗ୍ରହଣ ପାଇଁ ପୁରୀ ସହର ବାସୀ ଙ୍କୁ ଅପିଲ କରିଛନ୍ତି। ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, କୋଭିଡ୍‌୧୯ ମହାମାରୀ ପରିପ୍ରେକ୍ଷୀରେ ସହରର ପରିଛନ୍ନତା ଓ ସହରବାସୀ ଙ୍କ ସ୍ୱାସ୍ଥ୍ୟ ରକ୍ଷା ପାଇଁ ପୁରୀ ପୌରାପାଳିକା ଦ୍ୱାରା ନିଆଯାଇଥିବା ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଲୋଗୋ ଏବଂ ଟ୍ୟାଗ ଲାଇନ ର ସୃଜନ ନିମନ୍ତେ ପ୍ରତିଯୋଗି ଙ୍କୁ ପ୍ରେରଣା ଯୋଗାଇପାରେ। ଏକ ସ୍ୱାଧୀନ ବିଚାରକ ମଣ୍ଡଳୀ ପ୍ରତିଯୋଗିତାର ବିଚାର କରିବେ ଏବଂ ପ୍ରତିଯୋଗୀ ଙ୍କ କୃତୀ ରେ ଥିବା ସୃଜନଶୀଳତା, ସରଳତା ଏବଂ ଜନସାଧାରଣ ଙ୍କ ଅବଚେତନ ରେ ସକାରାତ୍ମକ ପ୍ରଭାବ ପକାଇ ପାରୁଥିବା ବିନ୍ଦୁ ଗୁଡିକୁ ଚୟନ ବେଳେ ଗୁରୁତ୍ୱ ଦେବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.