Home ଓଡ଼ିଶା ନୀଳାଚଳ ଇସ୍ପାତ ନିଗମର କର୍ମଚାରୀମାନଙ୍କ ସହ ଆଲୋଚନା କଲେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଂଚ

ନୀଳାଚଳ ଇସ୍ପାତ ନିଗମର କର୍ମଚାରୀମାନଙ୍କ ସହ ଆଲୋଚନା କଲେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଂଚ

181

ଭୁବନେଶ୍ୱର ୧୫-୦୯-୨୦ (ଓଡ଼ିଆ ପୁଅ) : ନିଳାଚଳ ଇସ୍ପାତ ନିଗମକୁ ଜାଣିଶୁଣି କ୍ଷତି ଦେଖାଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବଳ କରି ଘରୋଇକରଣ କରିବାକୁ ପୁରା ଦମରେ ଲାଗିଥିବାବେଳେ ୫୦୦ ରୁ ଉର୍ଦ୍ଧ୍ୱ କର୍ମଚାରୀ ୬ ମାସରୁ ଉର୍ଦ୍ଧ୍ୱ ସେମାନଙ୍କର ଦରମା ପାଇବାରୁ ବଂଚିତ ହୋଇଛନ୍ତି। ଏପରିକି କରୋନା ମହାମାରୀ ସମୟରେ ସେମାନଙ୍କର ପରିବାର ଭୋକରେ ଆଉଟ ପାଉଟ ହେଉଛନ୍ତି। ବାରମ୍ବାର ଅନେକ ଆନ୍ଦୋଳନ, କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଏକ ସ୍ମାରକ ପତ୍ର ଦିଆଯାଇଥିଲେ ମଧ୍ୟ ସେମାନଙ୍କର ଦରମା ନଦେବା ଫଳରେ ଆସନ୍ତା ତା- ୧୮-୦୯-୨୦୨୦ ରେ କର୍ମଚାରୀମାନେ ତାଙ୍କର ଆନ୍ଦୋଳନ ପୁଣିଥରେ କରିବେ ଓ ଏପରି ଆନ୍ଦୋଳନକୁ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଆଇ-ଏନ୍‌-ଟି-ୟୁ-ସି-, ଏ-ଆଇ-ଟ-ୟୁ-ସି-, ଏଚ୍‌-ଏମ୍‌-ଏସ୍‌-, ସି-ଆଇ-ଟି-ୟୁ-, ଏ-ଆଇ-ସି-ସି-ଟି-ୟୁ-, ଏ-ଆଇ-ୟୁ-ଟି-ୟୁ-ସି-, ସମର୍ଥନ କରିବାକୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.