Home କେନ୍ଦୁଝର ଗୁଣିଗାରେଡି ସନ୍ଦେହରେ ବୃଦ୍ଧ ଦମ୍ପତ୍ତିଙ୍କୁ ନିସ୍ତୁକ ମାଡଘଟଣା, ପୁଲିସର ତଦନ୍ତ ଜାରି

ଗୁଣିଗାରେଡି ସନ୍ଦେହରେ ବୃଦ୍ଧ ଦମ୍ପତ୍ତିଙ୍କୁ ନିସ୍ତୁକ ମାଡଘଟଣା, ପୁଲିସର ତଦନ୍ତ ଜାରି

53

ହାଟଡ଼ିହି,୧୪ / ୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଗୁଣିଗାରେଡି ସନ୍ଦେହରେ ବୃଦ୍ଧ ଦମ୍ପତ୍ତିଙ୍କୁ ମାଡ ମରାଯିବା ଓ ବିଷ୍ଠା ପିଆଇବା ଘଟଣାରେ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି । ବିଷ୍ଠା ପିଆଇବା ନେଇ କୌଣସି ଅଭିଯୋଗ ନଥିବାବେଳେ ପିଟାମରା କରିଥିବା ବୃଦ୍ଧ ଦମ୍ପତ୍ତିଙ୍କ ପୁଅ ସୋସୋ ଥାନାରେ ଲିଖିତ ଅଭିଯୋଗ କରିବାପରେ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିବା ସୋସୋ ଥାନା ଆଇଆଇସି ଗଗନ ବିଶ୍ୱାଳ ପ୍ରକାଶ କରିଛନ୍ତି । ଉକ୍ତ ବୃଦ୍ଧ ଦମ୍ପତ୍ତିିଙ୍କ ପରିବାରକୁ ଦୀର୍ଘବର୍ଷ ହେଲା ଗାଁ ଲୋକେ ସାମାଜିକ ବାସନ୍ଦ କରି ଏକଘରିଆ ରଖିଥିବାରୁ ଏହାର ସମାଧାନ ପାଇଁ କିଛି ଭଦ୍ରବ୍ୟକ୍ତିଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଥିବା ଜଣାଯାଇଛି ।
ଏଠାରେ ସୁଚନାଯୋଗ୍ୟ ଯେ ସୋସୋ ଥାନା ଅଧିନସ୍ଥ ଢ଼େଙ୍କା ପଞ୍ଚାୟତର କାଳୀଆମ୍ବ ଗ୍ରାମରେ ଗୁଣିଗାରେଡି କରୁଥିବା ସନ୍ଦେହ କରି ଗାଁର ଅନନ୍ତ ଟୁଡୁଙ୍କ ପରିବାରକୁ ଗାଁ ଲୋକେ ବାସନ୍ଦ କରିଛନ୍ତି । ତାଙ୍କ ସହିତ କୌଣସି ଗାଁ ଲୋକ କଥାବାର୍ତ୍ତା ହେଉ ନଥିବାବେଳେ ଗାଁରେ କୌଣସି କାମକାର୍ଯ୍ୟରେ ତାଙ୍କୁ ସାମିଲ କରାଯାଉ ନାହିଁ । ଗତ ସୋମବାର ଦି ନ ବଳଦ ବାନ୍ଧିବାକୁ ନେଇ ଗାଁ ଲୋକଙ୍କ ସହିତ ଅନନ୍ତଙ୍କ ପାଟିତୁଣ୍ଡ ହୋଇଥିଲା । ଏଥିରେ ଗାଁ ଲୋକେ ଉତ୍ତ୍ୟେକ୍ତ ହୋଇ ଅନନ୍ତ ଓ ତାଙ୍କ ପତ୍ନୀ ରାଉଡେ ଟୁଡୁ ଓ ତାଙ୍କ ପୁଅକୁ ମରଣାନ୍ତକ ଆକ୍ରମଣ କରିବା ସହିତ ତାଙ୍କୁ ଜୋର ଜବରଦସ୍ତ ବିଷ୍ଠା ପିଆଇ ଦେଇଥିଲେ । ଯାହାକି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.