Home ଓଡ଼ିଶା ପିପିଲି ଉପନିର୍ବାଚନ ପ୍ରଚାରରେ ଶାସକ ବିଜେଡିର କୋଭିଡ୍ ଗାଇଡ୍‌ଲାଇନ ଉଲ୍ଲଂଘନ ପ୍ରସଙ୍ଗରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ...

ପିପିଲି ଉପନିର୍ବାଚନ ପ୍ରଚାରରେ ଶାସକ ବିଜେଡିର କୋଭିଡ୍ ଗାଇଡ୍‌ଲାଇନ ଉଲ୍ଲଂଘନ ପ୍ରସଙ୍ଗରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦାବି

23

ପିପିଲିବାସୀଙ୍କ ଜୀବନ ସହ ଖେଳିବାର ଅଧିକାର ବିଜେଡିର ନାହିଁ : ଡ.ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ୱର, ତା.୨୪/୦୯ (ଓଡ଼ିଆ ପୁଅ) : କୋଭିଡ୍ ଯାଇ ନାହିଁ। ଆମକୁ ସତର୍କ ରହିବାକୁ ପଡିବ। ସାଧାରଣ ଜନତାଙ୍କ ଜୀବନ ସହ ଖେଳିବାର ଅଧିକାର କାହା ପାଖରେ ନାହିଁ। ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍ ସଂକ୍ରମଣ କାରଣରୁ ପିପିଲି ଉପ ନିର୍ବାଚନ ସ୍ଥଗିତ ହୋଇଥିଲା। ସଂକ୍ରମଣ ହ୍ରାସ ପାଇବା ପରେ ନିର୍ବାଚନ ଆୟୋଗ ବହୁ କଟକଣା ଲାଗୁ କରି ପିପିଲି ଉପ ନିର୍ବାଚନ କରୁଛନ୍ତି। ଏଥି ପାଇଁ ନିର୍ବାଚନ ଆୟୋଗଙ୍କ ତରଫରୁ ସ୍ୱତନ୍ତ୍ର ଗାଇଡଲାଇନ ମଧ୍ୟ ଜାରୀ କରାଯାଇଛି। ଅନ୍ୟ ପଟେ କୋଭିଡ୍ ଗାଇଡଲାଇନକୁ ସଂପୂର୍ଣ୍ଣ ଭାବେ ଜଳାଞ୍ଜଳୀ ଦେଇ ଶାସକ ବିଜେଡି ପିପିଲି ଉପନିର୍ବାଚନରେ ପ୍ରଚାର କରୁଛି ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି।

ପିପିଲି ଉପନିର୍ବାଚନରେ କୋଭିଡ୍ ସଂକ୍ରମଣର ଭୟଭୟତାକୁ ଅଣଦେଖା କରିବା ସହ ଶାସକ ବିଜେଡି ସମସ୍ତ ଆଇନକାନୁନକୁ ଫୁ କରି ଦେଇ ପ୍ରଚାର କରିବା ଏବଂ ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ପଦାଧିକାରିମାନେ ଏହି ସମସ୍ତ ବେଆଇନ କାର୍ଯ୍ୟକୁ ଦେଖି ଆଖି ବନ୍ଦ କରିଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ପିପିଲିବାସୀଙ୍କ ଜୀବନ ସହ ଖେଳିବା ସହ ସମାନ। ପିପିଲିବାସୀଙ୍କ ଜୀବନ ସହ ଖେଳିବାର ଅଧିକାର ବିଜେଡିର ନାହିଁ ବୋଲି ଡ.ଲେଖାଶ୍ରୀ କ୍ଷୋଭ ପ୍ରକାଶ କରି କହିଛନ୍ତି।

ଗତ କାଲି ପିପିଲି ଉପନିର୍ବାଚନ ପ୍ରଚାରରେ ଶାସକ ଦଳର ମନ୍ତ୍ରୀ ଓ ବିଧାୟକ, ନେତୃବୃନ୍ଦମାନେ ଶତାଧିକ କାର୍ଯ୍ୟକର୍ତାଙ୍କ ଗ୍ରହଣରେ ଶାସକ ବିଜେଡି ପ୍ରାର୍ଥୀ ପ୍ରଚାର କାର୍ଯ୍ୟ କରିଥିଲେ। ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ପଦାଧିକାରୀଙ୍କ ଉପସ୍ଥିତିରେ କୋଭିଡ୍ ଗାଇଡଲାଇନକୁ ଉଲ୍ଲଂଘନ କରାଯାଇ ବିରାଟ ବାଇକ ରାଲି ଅନୁଷ୍ଠିତ ହୋଇଥିବା ସତ୍ୱେ ବର୍ତମାନ ସୁଦ୍ଧା କୈାଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଆଇପିସି-୧୭୧ (ସି) ଓ ଆଇପିସି-୧୮୮ର ଉଲ୍ଲଂଘନ ବୋଲି ଡ.ଲେଖାଶ୍ରୀ ଅଭିଯୋଗ କରିଛନ୍ତି।

କୋଭିଡ୍ ଗାଇଟଲାଇନକୁ ଉଲ୍ଲଂଘନ କରି ସାଧାରଣ ଜନତାଙ୍କ ଜୀବନ ସହ ଖେଳାଯାଇଥିବା ଶାସକ ବିଜେଡିର ବାଇକ ରାଲିର ଫଟୋ ଓ ଭିଡିଓ ଚିତ୍ର ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରାଯାଇ ଆଇନ ଅନୁଯାୟୀ ଉଭୟ ପ୍ରାର୍ଥୀ ଏବଂ ବିଜେଡି କାର୍ଯ୍ୟକର୍ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।

ଏହି ଅବସରରେ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଓ ଉର୍ମିଳା ମହାପାତ୍ର, ଲିଗାଲ ସେଲ୍ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ଏବଂ ମିଡିଆ ସେଲ୍ ସହ-ସଂଯୋଜକ ସୁଜିତ୍ କୁମାର ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.