Home Top News ପରିହତ୍ୟା ଘଟଣାର କ୍ରାଇମ ସିନ୍ ରିକ୍ରିଏଟ ପରେ ସରୋଜ ଗଲା ଜେଲ

ପରିହତ୍ୟା ଘଟଣାର କ୍ରାଇମ ସିନ୍ ରିକ୍ରିଏଟ ପରେ ସରୋଜ ଗଲା ଜେଲ

46

ନୟାଗଡ଼, ୨୪ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ପରିହତ୍ୟା ମାମଲାର ଯେତିକି ଯବନିକା ପଡ଼ିବାକୁ ଯାଉଛି ଏଥିରେ ମୁଖ୍ୟ ଅଭିଯୁକ୍ତ ଭାବରେ ଧରା ପଡ଼ିଥିବା ସରୋଜ ସେଠୀର ମା’ ଓ ଉଭଣୀର ବୟାନବାଜୀକୁ ନେଇ ସେତିକି ରହସ୍ୟମୟ ହୋଇପଡ଼ିଛି। ଯାହାକି ପରହତ୍ୟା ମାମଲା ଏକ ଭିନ୍ନ ନାଟକୀୟ ମୋଡ଼ରେ ପହଁଚିଛି। ଗୁରୁବାର ପରିହତ୍ୟା ମାମଲାର କ୍ରାଇମ ସିନ୍ ରିକ୍ରିଏଟ୍ ପରେ ସରୋଜକୁ ପୋକ୍‌ସୋ କୋର୍ଟରେ ହାଜର କରି ନୟାଗଡ଼ ଉପକାରାଗାରକୁ ପଠାଇ ଦିଆଯାଇଛି। ସରୋଜକୁ ୩ ଦିନ ରିମାଣ୍ଡରେ ଆଣି ପଚରା ଉଚୁରା କରିବାର ଆଜି ଶେଷଦିନ ଥିଲା। ପରିହତ୍ୟାର ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀର ସଂଗୃହୀତ ତଥ୍ୟ ଓ ପ୍ରମାଣକୁ ନେଇ ସରୋଜ ସେଠୀ ଯେ ଅଭିଯୁକ୍ତ ଏସ୍‌ଆଇଟିର ମୁଖ୍ୟ ଅରୁଣ ବୋଥ୍ରା ସୂଚନାରୁ ସ୍ପଷ୍ଟ ହୋଇପଡ଼ିଛି। ଗୁରୁବାର ପରିହତ୍ୟାର ଡେମୋ ଦେଖାଇବାପାଇଁ ଏସଆଇଟି ର ମୁଖ୍ୟ ଅରୁଣ ବୋଥ୍ରା ଓ ତାଙ୍କ ଟିମ୍ ସରୋଜକୁ ଧରି ଯଦୁପୁରରେ ପହଂଚିଲା ପରେ ପରୀକୁ ହତ୍ୟା କରିବାର ଡେମୋ ଦେଖାଇବାକୁ କହିଥିଲେ। ପ୍ରଥମେ ସରୋଜକୁ କିଛି ସମୟ ତାଙ୍କ ଘର ବାହାର ଦେଖାଇ ପରେ ପୋଖରୀ କୂଳକୁ ନେଇଥିଲେ। ଏବଂ ପରିକୁ କେମିତି ବସ୍ତାରେ ପୁରାଇ ପୋଖରିକୁ ଫୋଫାଡ଼ି ଥିଲା ଦେଖାଇବାକୁ କହିଥିଲେ। ସରୋଜ ମଧ୍ୟ ପୋଖରୀକୁ ଫୋପାଡ଼ିବାର ଡେମୋ ଦେଖାଇଥିଲା। ତେବେ ସରୋଜକୁ ଅଭିଯୁକ୍ତ ଭାବେ ଧରିବା ପରେ ପ୍ରଥମେ ତା’ର ମା, ଭଉଣୀ ପ୍ରତିକ୍ରିୟାଶୀଳ ହୋଇ ଉଠିଥିବାବେଳେ ପରେ ନରମି ଯାଇଥିବା ଦେଖିବାକୁ ମିଳିଥିଲା। ହେଲେ ଏବେ ପୁଣି ସରୋଜର ମା, ଭଉଣୀ ଓ ତା’ର ଭିଣୋଇ ସରୋଜ ଦୋଷୀ ନୁହେଁ ତାକୁ ଫସାଇ ଦିଆଯାଇଛି ବୋଲି କହିବା ସହିତ ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି। ଏପରିକି ଯଦୁପୁର ଗାଁ ଲୋକେ ପରିହତ୍ୟା ଘଟଣାରେ ଯେତିକି ସ୍ତମ୍ବିଭୂତ ହୋଇଛନ୍ତି ସେତିକି ଆଶ୍ଚର୍ଯ୍ୟ ପ୍ରକଟ ମଧ୍ୟ କରିଛନ୍ତି। ଅଭିଯୁକ୍ତଠାରୁ ପର୍ଯ୍ୟାପ୍ତ ପ୍ରମାଣ ମିଳିସାରିଥିବା ଏସଆଇଟି କହୁଥିବାବେଳେ ଗୋଟିଏ ପରେ ଗୋଟିଏ ପ୍ରାମାଣ ଯୋଗାଡ଼ କରିବାରେ ଲାଗିଛି। ପୋଖରୀରୁ ପରୀର ଲେଙ୍ଗିଙ୍ଗ୍‌ସ, ତା’ଘରୁ ଟ୍ରଙ୍କ ଭିତରେ ଲୁଚାଇ ରଖିଥିବା ରକ୍ତ ଭିଜା ଗାମୁଛା ମିଳିସାରିଥିବାବେଳେ ଆଜି ସରୋଜର ଘରେ ପଡ଼ିଥିବା ପାପୋଛକୁ ମଧ୍ୟ ଏସ୍‌ଆଇଟି ପରୀକ୍ଷା ପାଇଁ ନେଇଛି। ପରିକୁ ଏପରିକି ସରୋଜର ମା ଓ ଭଉଣୀ ଯେପରି ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି ସେମାନଙ୍କୁ ମଧ୍ୟ ଏସ୍‌ଆଇଟି ଟାର୍ଗେଟରେ ରଖିଥିବା ଜଣାପଡ଼ିଛି। ପରୀକୁ ଦୁଷ୍କର୍ମ କରିବା ସମୟରେ ପରୀ ଚିତ୍କାର କରିବାରୁ ତାର ତଂଟି ଚିପି ଦେଇଥିଲା ସରୋଜ ବୋଲି କହିଛନ୍ତି ଏସଆଇଟି ମୁଖ୍ୟ। ଯାହାକି ସେହି ଏହି ରକ୍ତଲଗା ଗାମୁଛାକୁ ଏସଆଇଟି ଟିମ୍ ସନ୍ଦେହ କରି ଜବତ କରିଥିଲା। ଏପରିକି ଅଧିକ ପ୍ରମାଣ ପାଇଁ ସରୋଜର ଭଏସ୍ ସାମ୍ପଲ ପରୀକ୍ଷା ହେବ ବୋଲି ଜଣାପଡ଼ିଛି। ତେବେ ପରୀ ଲଗାଇଥିବା ସୁନା ଲକେଟଟି ଏଯାଏଁ ମିଳିନଥିବା କୁହାଯାଉଥିବାବେଳେ ଏଯାଏଁ ଯେତିକି ତଥ୍ୟ ଓ ପ୍ରମାଣ ହସ୍ତଗତ ହୋଇଛି ତାହା ତଦନ୍ତକାରୀ ଟିମ୍‌ର ଦଳଗତ ଉଦ୍ୟମ ବୋଲି ଟିମ୍‌ର ମୁଖ୍ୟ ଶ୍ରୀଯୁକ୍ତ ବୋଥ୍ରା କହିଛନ୍ତି। ଅନ୍ୟପକ୍ଷରେ ନୟାଗଡ଼ର ନାବାଳିକା ପରୀକୁ ନ୍ୟାୟ, ରାଜ୍ୟର ନିଖୋଜ ଶିଶୁଙ୍କ ସମ୍ପର୍କରେ ଉଦାସୀନତା ନେଇ ରାଜ୍ୟ ବିଜେପି ପକ୍ଷରୁ ପୁରୁଣା ବସଷ୍ଟାଣ୍ଡ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ପରୀକୁ ଉପଯୁକ୍ତ ନ୍ୟାୟ ଏବଂ ସିବିଆଇ ଦାବିରେ ଭୁବନେଶ୍ୱରରୁ ବହାରିଥିବା ୫ ଦିନିଆ ପଦଯାତ୍ରା ପରେ ପରୀଗାଁ ଯଦୁପୁରକୁ ଯାଇଥିଲା। ସେଠାରେ ଏହି ଘଟଣାରେ କିଛି ବିଶୃଙ୍ଖଳା ଉପୁଜିଥିଲା ବେଳେ କିଛି ଗଣମାଧ୍ୟମ ପ୍ରତିନିଧି ଉପରେ ମଧ୍ୟ ଆକ୍ରମଣ ହୋଇଥିବା ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.