Home ଜିଲ୍ଲା ପରିକ୍ରମା ମଣ୍ଡଳ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ

ମଣ୍ଡଳ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ

4

ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ବ୍ଲକ ସାନ ବଚ୍ଚ୍‌ର୍ିକୟାଁସ୍ଥିତ ରାମଚନ୍ଦ୍ର ନୋଡାଲ୍ ଉପ୍ରା ବିଦ୍ୟାଳୟ ପରିସରରେ ମଣ୍ଡଳ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ବ୍ଲକରେ ଥିବା ପ୍ରାଥମିକ ବିଦ୍ୟାଳୟରୁ ୨୭, ଉପ୍ରା ବିଦ୍ୟାଳୟରୁ ୬୩ ଏବଂ ଉଚ୍ଚ ବିଦ୍ୟାଳୟରୁ ୬୩ କୁ ମିଶାଇ ମୋଟ୍ ୧୫୩ ଟି ପ୍ରକଳ୍ପ ମେଳାରେ ପ୍ରଦର୍ଶିତ ହୋଇଥିଲା । ବ୍ଲକ ଶିକ୍ଷାଧିକାରୀ ଚିତ ରଞ୍ଜନ ମହାନ୍ତି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସଭାରେ ରାମଚନ୍ଦ୍ରପୁର ସରପଚଂ ପ୍ରିୟଙ୍କା ପ୍ରିୟଦର୍ଶନୀ ଦାସ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ହରେକୃଷ୍ଣ ଆପଟ୍ଟ, ବ୍ଲକ ବିଜ୍ଞାନ ସଂଯୋଜକ ଶଶି ଶେଖର କରଶର୍ମା, ସାଧନକେନ୍ଦ୍ର ସଂଯୋଜକ ଉତମ କୁମାର ଦାସ, ଜାଗୁଳାଇ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗଙ୍ଗାଧର ବିଶ୍ୱାଳ, ରାମଚନ୍ଦ୍ର ନୋଡାଲ୍ ଉପ୍ରା ବିଦ୍ୟାଳୟର ପ୍ରଧାନଶିକ୍ଷକ ସନାତନ ଦାସ ଅତିଥି ଭାବେ ଯୋଗ ଦେଇ ବିଜ୍ଞାନ ସମ୍ବନ୍ଧୀୟ ଶିକ୍ଷଣୀୟ ବକ୍ତବ୍ୟ ରଖିଥିଲେ । ଶିକ୍ଷକ ସୁଧିର କୁମାର ବାରିକଙ୍କ ମଂଚ ସଂଯୋଜନାରେ ଅରୁଣ କୁମାର ବାରିକ ଶ୍ଳୋକପାଠ, ଶେଷରେ ଗୋଲକ ବିହାରୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ବିଜ୍ଞାନ ପ୍ରକଳ୍ପକୁ ବନମାଳୀ ନାୟକ, ଦିଲି୍ଲପ କୁମାର ରଥ ମୂଲ୍ୟାୟନ କରିଥିଲେ । ବାଲ୍ ବୈଜ୍ଞାନିକ ଓ ଶକ୍ତି ସଂରକ୍ଷଣ ଆଧାରିତ ଶ୍ରେଷ୍ଠ ୧୪ ଟି ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ ହୋଇଛି । ଉଦଯାପନୀ ପୁରସ୍କାର ବିତରଣୀ ସଭାରେ ଉପରୋକ୍ତ ଅତିଥିଙ୍କ ସମେତ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ନରେନ୍ଦ୍ର କୁମାର ବାରିକ ଉପସ୍ଥିତ ରହି କୃତୀତ୍ୱ ହାସଲ କରିଥିବା ବୈଜ୍ଞାନିକ ମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମାନସ କୁମାର ଜେନା, ୧୮ କ୍ଲଷ୍ଟରର ସାଧନକେନ୍ଦ୍ର ସଂଯୋଜକ ଅଶୋକ କୁମାର ଦାସ, ଉତମ କୁମାର ଦାସ,ଜଗନ୍ନାଥ ଖୁଟିଂଆ, ପ୍ରଫୁଲ୍ଲ କୁମାର ଦାସ,ରାଜେନ୍ଦ୍ର କୁମାର ପାତ୍ର, ସନ୍ତୋଷ କୁମାର ମଲ୍ଲିକ, ନିରଞ୍ଜନ ଖିଲାର, ଗୌତମ ଭୂୟାଁ, ସୁଧାଂଶୁ ଶେଖର ଦାସ, ଅକ୍ଷୟ କୁମାର ସାହୁ, ଗିରିଜା ଶଙ୍କର ଲେଙ୍କା, ପରମେଶ୍ୱର ପୃଷ୍ଟି, ପ୍ରଫୁଲ୍ଲ ସାହୁ, ପ୍ରଦୀପ ପଲେଇ, ଶୁଭ୍ରପ୍ରକାଶ ରାଉଳ, ଶିକ୍ଷକ ସଂଘ ନେତା ଗୟାଧର ଦାସ,ଜଗନ୍ନାଥ ମଲ୍ଲିକଙ୍କ ସମେତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.