ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଚାଂୟତ ନିମାପଡାସ୍ଥିତ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରରେ ବିଜ୍ଞାନ ଓ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଛି । ବିଜ୍ଞାନ ମେଳାରେ ୩୦ ଓ ଖାଦ୍ୟ ମେଳାରେ ୪୫ ଟି ଷ୍ଟଲ୍ ସ୍ଥାନିତ ହୋଇଥିଲା । ବିଚାରକ ଭାବେ ଶିକ୍ଷୟିତ୍ରୀ ସସ୍ମିତା ଦାସ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅନନ୍ତ ଚରଣ ନାୟକ, କମଳା ପତି ଏବଂ ଶାନ୍ତିଲତା ପାଣିଗ୍ରାହୀ ଥିଲେ । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୂର୍ଯ୍ୟମଣୀ ରାଉଳଙ୍କ ଅଧ୍ୟକ୍ଷତାରେ ବ୍ଲକ ଶିକ୍ଷାଧିକାରୀ ଚିତ ରଞ୍ଜନ ମହାନ୍ତି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ପରିଚାଳନା କମିଟିର ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ, ଭାଗିରଥୀ ସେଠୀ, ହୃଷିକେଷ ମିଶ୍ର, ମହେଶ ଚନ୍ଦ୍ର ସାହୁ, ବିଜୟ କୁମାର ବିଶ୍ୱାଳ, ଉଦୟ ନାଥ ସାହୁ, ଅର୍ଜୁନ ଚରଣ ବାରିକ, ସନାତନ ସେଠୀ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ପ୍ରଧାନଆଚାର୍ଯ୍ୟା ଇତିଶ୍ରୀ ମହାପାତ୍ର ଉଦ୍ଦେଶ୍ୟ ଜ୍ଞାପନ, ଆଚାର୍ଯ୍ୟା ଉଷାରାଣୀ ବେହେରା ଅତିଥି ପରିଚୟ ଓ ସୁମିତ୍ରା ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ । ଆଚାର୍ଯ୍ୟ ପ୍ରଶନ୍ନ ରଥ, ମାନସ କୁମାର ନାୟକ, ସବିତାରାଣୀ ରାଉତ, ମିନତୀ ଲତା ରାଉତ, ଦମୟନ୍ତୀ ପାଣିଗ୍ରାହୀ, ସୌଭାଗ୍ୟ ମଞ୍ଜରୀ ପରିଡା, ସସ୍ମିତା ପତି, ନିରୂପମା ପାଣିଗ୍ରାହୀ, ସାବିତ୍ରୀ ମାଝୀ, ସେବିକା ରେବତୀ ବାରିକ, ସୁପ୍ରଭା ପତି ପ୍ରମୁଖ ମେଳାକୁ ପରିଚାଳନା କରିଥିଲେ ।








