Home ଜିଲ୍ଲା ପରିକ୍ରମା ଆର୍ôଥକ ସାକ୍ଷରତା ଓ ଆର୍ôଥକ ଅନ୍ତର୍ଭୂକ୍ତିକରଣ ତଥା ସୁକନ୍ୟା ଅନ୍ତର୍ଭୂକ୍ତିକରଣ ଶିବିର ଅନୁଷ୍ଠିତ

ଆର୍ôଥକ ସାକ୍ଷରତା ଓ ଆର୍ôଥକ ଅନ୍ତର୍ଭୂକ୍ତିକରଣ ତଥା ସୁକନ୍ୟା ଅନ୍ତର୍ଭୂକ୍ତିକରଣ ଶିବିର ଅନୁଷ୍ଠିତ

3

ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ଆର୍ôଥକ ସାକ୍ଷରତା ଓ ଆର୍ôଥକ ଅନ୍ତର୍ଭୂକ୍ତିକରଣ ଶିବିର ତଥା ସୁକନ୍ୟା ଅନ୍ତର୍ଭୂକ୍ତିକରଣ ଶିବିର ବସୁଳୀ ସଂଯୁକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ତିହିଡ଼ି ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ଅତିଥି ଭାବେ ଜିଲ୍ଲା ଆର୍ôଥକ ସେବା ଓ ସଞ୍ଚୟ ଅଧିକାରୀ ମୋନାଲିସା ପଣ୍ଡା, ସାଇବର ଥାନାର ଅଧ୍ୟକ୍ଷ ଦୟାନିଧି ଦାସ, ଧାମରା ଥାନାର ଏସ୍‌.ଆଇ., କାଁପଡ଼ା ଗ୍ରାମ ପଞ୍ଚାୟତର ସରପଞ୍ଚ, ବସୁଳୀ ନୋଡ଼ାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସି.ଆ.ର୍ସି.ସି. ଯୋଗ ଦେଇଥିଲେ।ଏହି ସଭାରେ ଜିଲ୍ଲା ଆର୍ôଥକ ସେବା ଓ ସଞ୍ଚୟ ଅଧିକାରୀ ସଭା ପରିଚାଳନା କରିଥିଲେ ଓ ଲୋକମାନଙ୍କୁ ସଞ୍ଚୟର ମହତ୍ତ୍ୱ ଜଣାଇବା ସହ ଆର୍ôଥକ ସାକ୍ଷରତା ସମାଜ ଗଢ଼ିବା ପାଇଁ ସହାୟକ ହେବ ବୋଲି କହି ଅନୁପ୍ରାଣିତ କରିଥିଲେ। ସାଇବର ସେଲ୍ ଅଧ୍ୟକ୍ଷ ଲୋକମାନଙ୍କୁ ସାଇବର ଅପରାଧୀମାନଙ୍କ ଶିକାରରୁ ବଞ୍ଚିବାର ଉପାୟମାନ ବୁଝାଇଥିଲେ ଓ ସୋସିଆଲ ମିଡ଼ିଆର ସଠିକ୍ ବ୍ୟବହାର କରିବାର ଉପାୟମାନ ଜଣାଇଥିଲେ। ଜିଲ୍ଲା ଆର୍ôଥକ ସେବା ଓ ସଞ୍ଚୟ ଅଧିକାରୀ ଉପଲବ୍ଧ ସମସ୍ତ ସଞ୍ଚୟ ଯୋଜନା ଓ ସାମାଜିକ ସୁରକ୍ଷା ଯୋଜନା ଗୁଡ଼ିକ ସମ୍ବନ୍ଧରେ ଜଣାଇଥିଲେ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଓ ସରପଞ୍ଚ ଲୋକମାନଙ୍କୁ ସଞ୍ଚୟ ପାଇଁ ଅନୁପ୍ରାଣିତ କରିଥିଲେ ଓ ଚିଟ୍ ଫଣ୍ଡ ଠକେଇର ଶିକାର ନ ହେବାକୁ ପରାମର୍ଶ ଦେଇଥିଲେ।ଏହି ସଭାରେ ମୋଟ ୧୫୦ ଜଣ ଅଭିଭାବକ, ଅଙ୍ଗନୱାଡ଼ି କର୍ମୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା, ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଡାକ ବିଭାଗ ଏଜେଣ୍ଟମାନେ ଯୋଗଦେଇଥିଲେ। “ସଞ୍ଚୟ ଓ ସଚେତନତା ଆଜିର ଆବଶ୍ୟକତା’ ଏହି ଥିମ୍‌?ରେ ସଭାଟି ଆୟୋଜିତ ହୋଇଥିଲା।ଏହି ସଭାରେ ସୁକନ୍ୟା ସମୃଦ୍ଧି ଯୋଜନାରେ ଆକାଉଣ୍ଟ ଖୋଲା କାର୍ଯ୍ୟକ୍ରମ ଓ ଆଧାର ଶିବିର ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ମୋଟ ୧୦୦ରୁ ଅଧିକ କନ୍ୟା ଓ ବ୍ୟକ୍ତିମାନେ ଉପକୃତ ହୋଇପାରିଛନ୍ତି।ଏହି ସଭାଟିକୁ ସଫଳ କରିବାରେ ଉଚ୍ଚ ବିଦ୍ୟାଳୟର ସମସ୍ତ କାର୍ଯ୍ୟକର୍ତ୍ତା, ଜିଲ୍ଲା ଆର୍ôଥକ ସେବା ଓ ସଞ୍ଚୟ ବିଭାଗର କର୍ମକର୍ତ୍ତା ଓ ଡାକ ଏଜେଣ୍ଟମାନେ ସହାୟକ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.