Home ଜିଲ୍ଲା ପରିକ୍ରମା ଦଶପଲ୍ଲା ବିଧାୟକଙ୍କ ବିଭିନ୍ନ କାର୍ଯ୍ୟ ସମୀକ୍ଷା ଓ ପରିଦର୍ଶନ

ଦଶପଲ୍ଲା ବିଧାୟକଙ୍କ ବିଭିନ୍ନ କାର୍ଯ୍ୟ ସମୀକ୍ଷା ଓ ପରିଦର୍ଶନ

67

ନୟାଗଡ଼, ୨୪ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଆଜି ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନ ପରିଦର୍ଶନ କରି ସମୀକ୍ଷା କରିଥିବା ଜଣାପଡ଼ିଛି। ଗୁରୁବାର ବିଧାୟକ ଶ୍ରୀ ବେହେରା ନୂଆଗାଁ ବ୍ଳକର ଢେଙ୍କେଣା ପଂଚାୟତ, ଚାହାଳୀ ପଂଚାୟତ ଓ ମାଳିସାହି ପଂଚାୟତ ଗୃସ୍ତରେ ଯାଇ ଲୋକମାନଙ୍କ ସମସ୍ୟା ବୁଝିବା ସହିତ ବିଭିନ୍ନ କାର୍ଯ୍ୟର ତଦାରଖ କରିଥିଲେ। ଏଥିସହିତ କୋଭିଡ-୧୯ ଉପରେ ଲୋକମାନଙ୍କୁ ସଚେତନତା କରିବା ସହିତ ଢେଙ୍କେଣା ପଂଚାୟତର ଜୀବନ ବିନ୍ଦୁ କାର୍ଯ୍ୟରେ ଯୋଗଦେଇ ରକ୍ତଦାତାକୁ ଭୂୟଂସୀ ପ୍ରଶଂସା କରିବା ସହିତ ରକ୍ତଦାନ ମହତ୍ ଦାନ ପରି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଭାବେ ସାମିଲ ହେବାପାଇଁ ଯୁବବର୍ଗଙ୍କୁ ଉତ୍ସାହିତ କରିଥିଲେ। ଏହି ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ୩୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ପରେ ବିଧାୟକ ଶ୍ରୀ ବେହରା ମାଳିସାହି ଗତୀଶ୍ୱର ମହାବିଦ୍ୟାଳୟ ପରିଦର୍ଶନରେ ଯାଇ ବିଭିନ୍ନ ସମସ୍ୟା ଉପରେ ପଚାରି ବୁଝିଥିଲେ। ମହାବିଦ୍ୟାଳୟର ଲାଇବ୍ରେରୀ, ଲାବୋରେଟୋରୀ, ଶ୍ରେଣୀଗୃହ ଆଦି ବୁଲି ଦେଖିବା ସହିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଂଖ୍ୟା ତୁଳନାରେ ଶ୍ରେଣୀଗୃହ, ଛାତ୍ରଛାତ୍ରୀ ଓ ଷ୍ଟାଫ କମନ୍ ରୁମ୍ ଅଭାବ ଥିବା ଜାଣି ଏଥିଲାଗି ଦୃଷ୍ଟି ଦେବେ ବୋଲି କହିଥିଲେ। ଏଥିସହିତ ଛାତ୍ରଛାତ୍ରୀମାନେ ଯେପରି ପଢିବା ପାଇଁ ଅଧିକ ଭାବେ ଲାଇବ୍ରେରୀ ବହି ନେବାର ସୁଯୋଗ ପାଇବେ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟିଦେବେ ବୋଲି କହିଥିଲେ। ବିଧାୟକ ଶ୍ରୀ ବେହେରାଙ୍କ ସହିତ ବିଭିନ୍ନ ସ୍ଥାନରେ ବ୍ଳକ ଚେୟାରମ୍ୟାନ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଭାଇସ ଚେୟାରମ୍ୟାନ ପୁଷ୍ପାଞ୍ଜଳୀ ସ୍ୱାଇଁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ କୁମାର ଦଳବେହେରା, ଏମ୍ ପି ପ୍ରତିନିଧି ବିଜୟ କୁମାର ସାମଲ, ଶରତ ଚନ୍ଦ୍ର ପ୍ରଧାନ, ଟୁନା ଖାଁ, ସଂଜୟ ସାମଲ, ମୁରଲୀ ଜେନା, ଯୁବନେତା ଶୁଭ୍ରାଂଶୁ ଶେଖର ସେନାପତି, ଦିଲ୍ଲୀପ କୁମାର ଦଳବେହେରା, ଯୋଗେନ୍ଦ୍ର ପ୍ରଧାନ, ପ୍ରସନ୍ନ ପଢିଆରୀ, ସଞ୍ଜୟ ସାହୁ, ମାନଓ ରଂଜନ ବିଶ୍ୱାଳ, ଯୁଗଳ କିଶୋର ସାହୁ, ଦୀପକ ପ୍ରଧାନ ପ୍ରମୁଖ ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.