Home ଓଡ଼ିଶା ବର୍ଷାରେ ବେହାଲ ଯୋଡା ପୌରପାଳିକା, ରୋଡ ଉପରେ ସର୍ଭିସ ସେଣ୍ଟର, ମନ୍ଦିର ଭିତରେ ଆଣ୍ଠୁଏ ପାଣି

ବର୍ଷାରେ ବେହାଲ ଯୋଡା ପୌରପାଳିକା, ରୋଡ ଉପରେ ସର୍ଭିସ ସେଣ୍ଟର, ମନ୍ଦିର ଭିତରେ ଆଣ୍ଠୁଏ ପାଣି

154

ଯୋଡା, ୨୬/୦୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲାଗିରହିଛି ଲଗାଣ ବର୍ଷା । ବର୍ଷାରେ ସମଗ୍ର ରାଜ୍ୟବାସୀ ବେହାଲ ହୋଇପଡିଥିବା ବେଳେ ସେଥିରୁ ବର୍ତ୍ତିନାହାନ୍ତି  ଯୋଡା ସହରବାସୀ । ସହର ସାରା ଜନଶୂନ୍ୟ ଲୋକେ ଘରୁ ପଦାକୁ ବାହାରିବାର ନା ନେଉନାହାନ୍ତି । ଅନ୍ୟପଟେ ବିଭିନ୍ନ ସାହି ଓ ବସ୍ତିରେ ନାଳ ପାଣି ରାସ୍ତା ଉପରେ ଭାସୁଥିବାରୁ ଯାତାୟତ ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳିଛି । ବନେଇକଳା ଠାରୁ ଯୋଡା ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ ଆସିଥିବା ପୌରପାଳିକାର ମୁଖ୍ୟ ରାସ୍ତା ଉପରେ ନିଗମାନନ୍ଦଙ୍କ ମନ୍ଦିର ସାମନାରେ ବର୍ଷା ପାଣିର ସୁଅ ଛୁଟୁଛି । ବର୍ଷା ହେଲେ ରାସ୍ତା ଉପରେ ଗାଡି ମୋଟର ଧୋଇବା ପାଇଁ ଲୋକଙ୍କ ଭିଡ ଜମୁଛି । କିଛି ସମୟ ପାଇଁ ରାସ୍ତା ଉପରଟି ସର୍ଭିସ ସେଣ୍ଟର ପାଲଟିଯାଉଛି । ବର୍ଷା ସମୟରେ ମନ୍ଦିର ନଗମାନନ୍ଦଙ୍କ ମନ୍ଦିର ସାମନାରେ ଥିବା କଲଭର୍ଟଟିି ଜାମ ହୋଇପଡୁଥିବାରୁ ଜଳ ନିଷ୍କାସନ ନହୋଇ ପାରି ମନ୍ଦିର ଭିତରେ ଛାତିଏ ପାଣି ଜମି ରହୁଥିବା ଅଭାବନିୟ ଘଟଣା ଦେଖିବାକୁ ମିଳିଛି । ସେହିପରି କୁନ୍ଦୁରୁନାଲାକୁ ଯିବା ରାସ୍ତା ର ଷ୍ଟେଟ ବ୍ୟାଙ୍କ ନିକଟରେ ରାସ୍ତା ଉପରେ ବର୍ଷା ପାଣି ଜମି ରହୁଥିବାରୁ କୁନ୍ଦୁରୁନାଲା ଭିତରକୁ ଜିବା କଷ୍ଟକର ହୋଇପଡୁଛି । ବିଭିନ୍ନ ବସ୍ତିରେ ନିର୍ମାଣ କରାଯାଇଥିବା ଡ୍ରେନ ଗୁଡିକ ଉଫରେ ସ୍ଲାବ ପକାଯାଇ ଆବଦ୍ଧ କରାଯାଇଥିବା ବେଳେ ସେଗୁଡିକ ଦୀର୍ଘ ଦିନ ଧରି ସଫା ନହେବାରୁ ବର୍ଷା ଦିନ ଜଳ ନିଷ୍କାସନ ହୋଇନପାରି ରାସ୍ତା ଉପରେ ପାଣି ଚାଲୁଛି । ଫଳରେ ରାସ୍ତା ଗୁଡିକ ମଧ୍ୟ ଖରାପ ହୋଇ ଯାତାୟତ ଅନୁପଯୋଗି ପାଲଟିଯାଉଥିବା ଦେଖିବାକୁ ମିଳିଛି । କମାରଯୋଡା ଠାରେ ଥିବା ସରକାରୀ ଡାକ୍ତରଖାନା ସମ୍ମୁଖରେ ବର୍ଷା ଦିନେ ନିର୍ଦ୍ଦମା ପାଣିର ସୁଅ ଛୁଟୁଛି । ଲଗାଣ ବର୍ଷା ଯୋଗୁଁ ରାଜ୍ୟ ରାଜପଥର ସୁନା ନଦୀ ସେତୁ ଉପରେ ଆଣ୍ଠୁଏ ପାଣି ଜମିରହୁଥିବାରୁ ଯାତାୟତରେ ବ୍ୟାଘାତ ସୃଷ୍ଟି ହେଉଛି । ଏ ନେଇ ବାରମ୍ବାର ପୌରପାଳିକାରେ ଅଭିଯୋଗ ହେଲେ ମଧ୍ୟ ଏହାର କୌଣସି ପ୍ରତିକାର କରାଯାଉନଥିବାରୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଆଗାମୀ ଦିନରେ ଏହା ଏକ ଆନ୍ଦୋଳନର ଦାନା ବାନ୍ଧୁଥିବା ବିଶେଷ ସୂତ୍ରରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.