Home ଜିଲ୍ଲା ପରିକ୍ରମା ପଧାନପଡାରେ ବିଜେଡିର ଜନ ସଚେତନତା ପଦଯାତ୍ରା ଉଦ୍‌ଯାପିତ

ପଧାନପଡାରେ ବିଜେଡିର ଜନ ସଚେତନତା ପଦଯାତ୍ରା ଉଦ୍‌ଯାପିତ

74

ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ବ୍ଲକ୍ ପଧାନପଡ଼ା ପଞ୍ଚାୟତରେ ଅନୁଷ୍ଠିତ ବିଜୁ ଜନତା ଦଳ ତରଫରୁ ୪ଦିନିଆ ଜନସଚେତନତା ପଦଯାତ୍ରା ଉଦ୍‌ଯାପିତ ହୋଇଯାଇଛି । ଉକ୍ତ ସଚେତନତା ଯାତ୍ରାରେ ବିଜେଡି ପଞ୍ଚାୟତ ସଭାପତି ଅଜୟ ବେହେରାଙ୍କ ନେତୃତ୍ୱରେ ପ୍ରାକ୍ତନ ପଞ୍ଚାୟତ ସଭାପତି ପଦ୍ମନାଭ ଦାସ, ଯୁବ ବିଜେଡି ଜିଲ୍ଲା ସମ୍ପାଦକ ସେକ୍ ସମ୍ମିମ୍ ନୱାଜ୍‌, ସମାଜସେବୀ ଅକ୍ଷୟ ଘଡ଼େଇ, ପଞ୍ଚାୟତ ଯୁବ ବିଜେଡି ସଭାପତି ମୁକ୍ତିକାନ୍ତ ଦାସ ପ୍ରମୁଖ କୋଭିଡ୍ ନିୟମ ପାଳନ କରାଯାଇ ବିଭିନ୍ନ ଗ୍ରାମରେ ଲୋକମାନଙ୍କୁ କରୋନା ସମ୍ପର୍କରେ ସଚେତନ କରାଇବା ସହ ମାସ୍କ ଓ ସାନିଟାଇଜର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପଧାନପଡ଼ା ହରିହାଟ ଗୃହ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ପରେ ଚଣ୍ଡିପୁରରୁ ଆରମ୍ଭ ହୋଇଥିବା ଉକ୍ତ ସଚେତନତା ଯାତ୍ରା ପଦାକଣା ଗ୍ରାମରେ ଉଦ୍‌ଯାପିତ ହୋଇଥିଲା । ରାଜେଶ ଜେନା, ବାପି ଜେନା, ଶଶୀକାନ୍ତ ଜେନା, ଚନ୍ଦ୍ରମଣୀ ପଲେଇ, ୱାର୍ଡସଭ୍ୟ ନିରାକାର ସାହୁ, ସେକ୍ ଆଦାମ୍‌, ମୀର୍ ହର୍‌ମୁଶ୍‌, କାର୍ତ୍ତୀକ ଜେନା,ସେକ୍ ଅନୀଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.