Home ଜିଲ୍ଲା ପରିକ୍ରମା ରାଜମିସ୍ତ୍ରୀଙ୍କ ପ୍ରଶିକ୍ଷଣ ଶିବିର

ରାଜମିସ୍ତ୍ରୀଙ୍କ ପ୍ରଶିକ୍ଷଣ ଶିବିର

54

ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ଅନ୍ତର୍ଗତ ଭଗବାନପୁର ପଂଚାୟତ ଠାରେ ୧୦ ଦିନିଆ ଗ୍ରାମ୍ୟ ରାଜମିସ୍ତ୍ରୀ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ବିଭିନ୍ନ ଦିବସ ମାନଙ୍କରେ ରାଜମିସ୍ତ୍ରୀ ମାନଙ୍କ ବିଭିନ୍ନ କାର୍ଯ୍ୟ ସଂପର୍କରେ ପ୍ରଶିକ୍ଷଣ ପ୍ରଦାନ ପରେ ଉଦଯାପନୀ ଦିବସରେ ସେମାନଙ୍କୁ ବିଭିନ୍ନ ସାମଗ୍ରୀ ବଂଟନ କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ସରପଂଚ ପ୍ରଫୁଲ୍ଲ ପାତ୍ର, ପିଇଓ ଏମଡି ଇତିଲାସ, ଜିଆରଏସ ଗୀତାଞ୍ଜଳି ସାହୁ ଓ ଟିସି ନିଲକମଲ ରାଉତ ପ୍ରମୁଖ ଯୋଗଦେଇ ରାଜମିସ୍ତ୍ରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.