Home ଓଡ଼ିଶା ଟୁଡେ ଚାଣକ୍ୟ ଏକ୍ଜିଟ୍ ପୋଲ – ଆରଜେଡି-କଂଗ୍ରେସ ମହାଗଠବନ୍ଧନକୁ ମିଳିବ ୧୮୦ ରୁ ଅଧିକ ଆସନ

ଟୁଡେ ଚାଣକ୍ୟ ଏକ୍ଜିଟ୍ ପୋଲ – ଆରଜେଡି-କଂଗ୍ରେସ ମହାଗଠବନ୍ଧନକୁ ମିଳିବ ୧୮୦ ରୁ ଅଧିକ ଆସନ

87

ନୂଆଦିଲ୍ଲୀ ବିହାର ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟ ପାଇଁ ଭୋଟ୍ ପ୍ରକ୍ରିୟା ସମାପ୍ତ ହୋଇଛି। ଭୋଟ୍ ପ୍ରକ୍ରିୟା ସମାପ୍ତ ହେବା ସହିତ ସମସ୍ତ ଚ୍ୟାନେଲର ଏକଜିଟ୍ ପୋଲ୍ ସାମ୍ନାକୁ ଆସୁଛି। ଟୁଡେ ଚାଣକ୍ୟ ଏକ୍ଜିଟ୍ ପୋଲର ଫଳାଫଳରେ ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ଏବଂ କଂଗ୍ରେସ ସହଯୋଗୀ ଦଳ ବିହାର ନିର୍ବାଚନରେ ​​୪୪ ପ୍ରତିଶତ ଭୋଟ୍ ପାଇବେ ବୋଲି ଆକଳନ କରାଯାଇଛି।

ଯେଉଁଠାରେ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ବିଜେପି ଏବଂ ଜେଡିୟୁର ସରକାରର ପତନ ହେବା ପରି ମନେ ହେଉଛି। ସର୍ଭେ ଅନୁଯାୟୀ ମହାଗଠବନ୍ଧନ ନେତା ତେଜସ୍ୱୀ ଯାଦବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ରହିଛି।

କାହାକୁ ମିଳିବ କେତେ ଆସନ

ଟୁଡେ ଚାଣକ୍ୟ ଏକ୍ଜିଟ୍ ପୋଲ୍ ଅନୁଯାୟୀ – ଅନ୍ୟ ୪, ବିଜେପି ଏବଂ ଜେଡିୟୁ- ୫୫ ସିଟ୍ ଥିବାବେଳେ ଆରଜେଡି-କଂଗ୍ରେସ ମିଳିତ ମଞ୍ଚ ମହାଗଠବନ୍ଧନକୁ ମିଳିବ ୧୮୦ ରୁ ଅଧିକ ସିଟ୍।
ଏହି ସର୍ଭେରେ ତେଜସ୍ୱୀ ଯାଦବଙ୍କ ପାର୍ଟି ଆରଜେଡି ଆକାଉଣ୍ଟରେ ସିଏମ ପ୍ରାର୍ଥୀ ଭାବେ ୪୪% ଭୋଟ୍ ଆକଳନ ହୋଇଛି। ଏଥି ସହିତ ବିହାରରେ ତିନିଥର ଶାସନ କରୁଥିବା ସିଏମ ନୀତୀଶ କୁମାର ୩୫ ପ୍ରତିଶତ ଲୋକଙ୍କ ପସନ୍ଦର ମୁଖ୍ୟମନ୍ତ୍ରୀ ଆକଳନ ହୋଇଛି। ଚିରାଗ ପାସୱାନ ଜନସାଧାରଣଙ୍କ ହୃଦୟରେ ସ୍ଥାନ ପାଇବାରେ ବିଫଳ ହୋଇଛନ୍ତି। ସିଏମ୍ ଭାବେ, କେବଳ ୭ ପ୍ରତିଶତ ଲୋକ ତାଙ୍କୁ ପସନ୍ଦ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.