Home ଜିଲ୍ଲା ପରିକ୍ରମା ପଦ୍ମଶ୍ରୀ ରାଧାମୋହନ ଗଡନାୟକଙ୍କ ଜୟନ୍ତୀ ଅବସରରେ ଆଲୋଚନାଚକ୍ର

ପଦ୍ମଶ୍ରୀ ରାଧାମୋହନ ଗଡନାୟକଙ୍କ ଜୟନ୍ତୀ ଅବସରରେ ଆଲୋଚନାଚକ୍ର

220

ତାଳଚେର,୨୫/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ରାଧାମୋହନ ଗଡନାୟକ ଥିଲେ ବହୁ ଆୟାମଯୁକ୍ତ ସାରସ୍ୱତ ବିସ୍ମୟ । ସେ ଏକାଧାରାରେ ଜଣେ ଗୀତି କବି,ଗାଥା କବି,ରୋମାଣି୍ଟକ ଓ କ୍ଲାସିଷ୍ଟିସ୍ । ତାଙ୍କୁ କୌଣସି ଗୋଟିଏ ଶବ୍ଦରେ ବର୍ଣ୍ଣନା କରାଯାଇ ପାରିବ ନାହିଁ । ସେ ଥିଲେ ଛାନ୍ଦସିକ,ଶବ୍ଦ ଓ ଧ୍ୱନି ସଚେତନ କବି । ସେ ଥିଲେ ମାଟିର କବି,ମାଟିମନସ୍କ ଓ ମାନବବାଦର ଉଦ୍‌ଗାତା । ସମାଜର ଅବହେଳିତ,ଲାଞ୍ଛିତ ତଥା ଉପେକ୍ଷିତ ବର୍ଗଙ୍କ ପାଇଁ ସେ ଲେଖିଛନ୍ତି ଶାମୁକାର ସ୍ୱପ୍ନ ଓ ଏହି ଚରିତ୍ର ମାନଙ୍କ ଭିତରେ ଲୁଚି ରହିଥିବା ମହନୀୟତାର ଜୟଗାନ ସେ କରିଛନ୍ତି ବୋଲି ତାଳଚେର ବ୍ଲକ ସମ୍ବାଦ ସାହିତ୍ୟ ଘର,ସାଉଥବଲଣ୍ଡା ଶାଖା ପକ୍ଷରୁ ପଦ୍ମଶ୍ରୀ ରାଧାମୋହନ ଗଡନାୟକଙ୍କ ଜୟନ୍ତୀ ଅବସରରେ ଅନୁଷ୍ଠିତ “ଓଡିଆ ଗୀତି କବିତାରେ ରାଧାମୋହନଙ୍କ ଅବଦାନ” ଶୀର୍ଷକ ଅନ୍‌ଲାଇନ୍ ଆଲୋଚନାଚକ୍ରରେ ଯୋଗ ଦେଇଥିବା ଅତିଥିମାନେ ନିଜ ଅଭିଭାଷଣରେ ରାଧାମୋହନଙ୍କ ସମ୍ପର୍କରେ ଏପରି ମତବ୍ୟକ୍ତ କରିଥିଲେ । ସାହିତ୍ୟ ଘରର ସଂଯୋଜକ ରଙ୍ଗାଧର ନାୟକଙ୍କ ଆବାହାକତ୍ୱରେ ଅନୁଷ୍ଠିତ ଏହି ଅନ୍‌ଲାଇନ୍ ଆଲୋଚନାଚକ୍ରରେ ସଭାପତି ବିଭୂତି ଭୂଷଣ ସାହୁ ଅଧ୍ୟକ୍ଷତା କରିଥିଲେ । ପ୍ରାରମ୍ଭରେ ସାହିତ୍ୟ ଘରର ସମ୍ପାଦକ ତ୍ରିନାଥ ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଶିକ୍ଷାବିତ୍ ତଥା ଅନୁଗୋଳ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶାନ୍ତନୁ କୁମାର ସର,ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ପ୍ରାବନ୍ଧିକ ତଥା ବରିଷ୍ଠ ପୋଲିସ ଅଧିକାରୀ ଚନ୍ଦ୍ରଶେଖର ହୋତା,ସମ୍ମାନୀତ ଅତିଥି ଭାବରେ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ଶିଶୁ ସାହିତ୍ୟିକ ସଂଗ୍ରାମ କେଶରୀ ପୃଷ୍ଟି  ଓ ତାଳଚେର ସମ୍ବାଦ ସାହିତ୍ୟ ଘରର ସଭାପତି ପ୍ରଶାନ୍ତ କୁମାର ରଥ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଶ୍ରୀ ଗଡନାୟକଙ୍କ ଜୀବନୀ ଓ ସାମଗ୍ରିକ କାଳଜୟୀ କୃତି ଗୁଡିକ ଉପରେ ଅତିଥିମାନେ ଆଲୋଚନା କରିଥିଲେ । ସାହିତ୍ୟ ଘରର ବରିଷ୍ଠ କବୟତ୍ରୀ ଅନୀତା ପାଣିଙ୍କ ସଂଯୋଜନାରେ କବି ରାଧାମୋହନଙ୍କୁ ନେଇ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଯଦୁମଣି ସାହୁ,ରତ୍ନପ୍ରଭା ବାଇ,ଅରୁଣ କୁମାର ଗଡନାୟକ, ଦିନବନ୍ଧୁ ପ୍ରଧାନ,ଶରତ କୁମାର ବେହେରା,କୁମୁଦିନୀ ବିଶ୍ୱାଳ,ଲତିକା ମହାପାତ୍ର,ଗୋଲାପ ନନ୍ଦ,ଗୀତିମୟୀ ମହାପାତ୍ର, ଶାନ୍ତନୁ ସର,ତ୍ରିନାଥ ସାହୁ,ଅନୀତା ପାଣି,ରଶ୍ମିକାନ୍ତ ରଥ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାହିତ୍ୟ ଘରର ଯୁଗ୍ମ ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ,କୋଷାଧ୍ୟକ୍ଷ ରସାନନ୍ଦ ଥାଟୋଇ,ସରୋଜିନୀ ହୋତା,କଳ୍ପନା ବୋଇତିଙ୍କ ସମେତ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ୨୪ଜଣ ସାହିତ୍ୟ ଅନୁରାଗୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଅନୀତା ପାଣି ପରିଚାଳନା କରିଥିବା ବେଳେ ଯୁଗ୍ମ ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.