Home ଓଡ଼ିଶା ସେଣ୍ଟ ଟେରେସା ସ୍କୁଲରେ ୫୦ ପ୍ରତିଶତ ସ୍କୁଲ ଫି’ କରିବାକୁ ଅଭିଭାବକଙ୍କ ଦାବି

ସେଣ୍ଟ ଟେରେସା ସ୍କୁଲରେ ୫୦ ପ୍ରତିଶତ ସ୍କୁଲ ଫି’ କରିବାକୁ ଅଭିଭାବକଙ୍କ ଦାବି

129

ଯୋଡା, ୨୫/୦୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ପୌରାଞ୍ଚଳରେ ଅବସ୍ଥିତ ଇଂରାଜୀ ମାଧ୍ୟମ ସେଣ୍ଟ ଟେରେସା ସ୍କୁଲରେ ମାସିକ ସ୍କୁଲ ଫି ଅଧା କରିବା ପାଇଁ ଅଭିଭାବକମାନେ ଦାବି କରିଛନ୍ତି । ମହାମାରୀ କରୋନା ଯୋଗୁଁ କାମଧନ୍ଦା ହରାଇ ସେମାନଙ୍କର ଆର୍ôଥକ ମାନଦଣ୍ଡ ଦୋହଲି ଯାଇଥିବା ବେଳେ ସ୍କୁଲ ପକ୍ଷରୁ ସମ୍ପୂର୍ଣ୍ଣ ଫି ଦାଖଲ କରିବା ପାଇଁ ଦିଆଯାଇଥିବା ନିର୍ଦ୍ଦେଶକୁ ଅଭିଭାବକମାନେ ବିରୋଧ କରିଛନ୍ତି । ଚଳିତ ବର୍ଷ ଏହି ସ୍କୁଲରେ ପ୍ରତି ଛାତ୍ର ପିଛା ମାସକୁ ୩ଶହ ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ଏହା ପୈଠ କରିବା ସେମାନଙ୍କ ପକ୍ଷରେ କଷ୍ଟକର ହୋଇପଡିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏହି ବର୍ଦ୍ଧିତ ୩ଶହ ଟଙ୍କାକୁ ପ୍ରତ୍ୟାହାର କରିବା ସହିତ ଡେଭେଲପମେଣ୍ଟ ଫି, କମ୍ପ୍ୟୁଟର ଫି, ଜେନେରେଟର ଫି ଇତ୍ୟାଦି ଆନୁସଙ୍ଗିକ ଫି କୁ ଛାଡ କରିବା ସହିତ ଟିୟୁସନ ଫି କୁ ଅଧା କରିବା ପାଇଁ ଅଭିଭାବକମାନେ ଦାବି କରିଛନ୍ତି । ଏ ନେଇ ୧୨ ତାରିଖ ଦିନ ଅଭିଭାବକମାନେ ବିଦ୍ୟାଳୟ ସମ୍ମୁଖରେ ଫି ପ୍ରତ୍ୟାହାର ପାଇଁ ପ୍ରଦର୍ଶନ କରିଥିବା ବେଳେ ମଙ୍ଗଳବାର ଦିନ ଅନୁରୂପ ସ୍କୁଲ ଅଧ୍ୟକ୍ଷା, ବ୍ଲକ ଶିକ୍ଷା ଅଧିକାରୀ, ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଏହି ସ୍କୁଲରେ ୨ହଜାରରୁ ଉର୍ଦ୍ଧ୍ୱ ଛାତ୍ର-ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଅଭିଭାବକଙ୍କର ଆର୍ôଥକ ପରିସ୍ଥିତି ଏହି କରୋନା ମହାମାରୀ ସମୟରେ ଜଟିଳ ହୋଇପଡିଛି । ଏହି ଭଳି ପରିସ୍ଥିତିରେ ବାରମ୍ବାର ସ୍କୁଲ ଫି ପୈଠ କରିବା ପାଇଁ ସେମାନଙ୍କୁ ତାଗିଦ କରାଯାଉଥିବା ବେଳେ ସେମାନେ ମାନସିକ ଦୁଶ୍ଚିନ୍ତା ମଧ୍ୟରେ କାଳତିପାତ କରୁଛନ୍ତି । ତେବେ ଏହି ସ୍କୁଲ ଅଧ୍ୟକ୍ଷାଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ, ଫି ଛାଡ ସଂକ୍ରାନ୍ତରେ ତାଙ୍କ ପାଖକୁ ଉଚ୍ଚ କର୍ତ୍ତୁପକ୍ଷଙ୍କ ନିକଟରୁ କୌଣସି ନିର୍ଦ୍ଦେଶ ଆସିନଥିବା ବେଳେ ସେ ଏହା କରିବା ପାଇଁ ଅକ୍ଷମ । ତେଣୁ ତାଙ୍କୁ ଉଚ୍ଚ କର୍ତ୍ତୁପକ୍ଷଙ୍କ ଠାରୁ ନିର୍ଦ୍ଦେଶ ମିଳିଲେ ହିଁ ସେ ଏହା କରିପାରିବେ ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.